କନକ ବ୍ୟୁରୋ: ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ବାସୁଦେବପୁର ଅଞ୍ଚଳର ଜଣେ ୩୪ ବର୍ଷୀୟ ଯୁବକଙ୍କ ନମୂନା ପରୀକ୍ଷା ପରେ ପଜିଟିଭ୍ ଆସିଛି । ଏବଂ ସେ କୋଲକାତା ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ତେବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ମଧ୍ୟ ସରକାର ସୂଚନା ଦେଇଛନ୍ତି ।
4th Health Update, 27th April
One positive case of Jajpur (Basudevpur)
34 Yrs Male (Kolkata returnee)
Contact tracing and follow-up action is being done.
Total Positive Case: 111
— I & PR Department, Odisha (@IPR_Odisha) April 27, 2020
ଅନ୍ୟପଟେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଚିଥିବାବେଳେ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି । ପୂର୍ବରୁ ସକାଳେ ବାଲେଶ୍ୱରରୁ ୫ ପଜିଟିଭ୍ ଏବଂ ଅପରାହ୍ନରେ ମଧ୍ୟ ଜଣେ ପଜିଟିଭ୍ ବାଲେଶ୍ୱରରୁ ଆସିଥିବାବେଳେ ପ୍ରଥମଥର ପାଇଁ ଦକ୍ଷିଣ ଓଡ଼ିଶା କୋରାପୁଟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୭ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ରହିଛି ଏବଂ ରାଜ୍ୟରେ ସେହି ଜଣଙ୍କର ମୃତ୍ୟୁ ହୋଇଛି ।