କେନ୍ଦୁଝରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ୧୬୨ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

5,029

କନକ ବ୍ୟୁରୋ : କେନ୍ଦୁଝରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ୩୦ ବର୍ଷୀୟ ପୁରୁଷ । ସବୁଠାରୁ ବଡ କଥା ହେଉଛି, ଆକ୍ରାନ୍ତଙ୍କର ରହିଛି କୋଲକାତା ଲିଙ୍କ୍ । ନିକଟରେ ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହା ସହ ରାଜ୍ୟରେ ୧୬୨ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ ଏଯାଏଁ ୩୮ହଜାର ୬୫୮ ନମୂନା ପରୀକ୍ଷା ହୋଇଛି । ଗତକାଲି ଗୋଟିଏ ଦିନରେ ୨ ହଜାର ୬୫ଟି ପରୀକ୍ଷା ହୋଇଥିଲା । ୧୦୩ ସକ୍ରିୟ ସଂକ୍ରମିତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା ।