କନକ ବ୍ୟୁରୋ : କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ସମ୍ବଲପୁରରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦେହ ଖରାପ ହେବା ପରେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସ ସ୍ଥାନ ସମ୍ବଲପୁର ଫେରି ଆସିଥିଲେ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ମାନସ ରଞ୍ଜନ ଜୟପୁରିଆ ରାଜ୍ୟର ବିଭିନ୍ନ ବୈଦ୍ୟୁତିକ ଓ ଖବରକାଗଜରେ କାମ କରିଥିଲେ । କିଛିମାସ ତଳେ ସେ କାର୍ଯ୍ୟରେ ଯୋଗଦେବା ଲାଗି ଦିଲ୍ଲୀ ଯାଇଥିଲେ ।