ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ୩୪ ବର୍ଷ ବୟସରେ ଆଖି ବୁଜିଲେ ସୁମିତ ।

304

କନକ ବ୍ୟୁରୋ : ରାଜ୍ୟରେ ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ କରୋନା । କୋରାପୁଟ ଜିଲ୍ଲା ଜୟପୁରର ସୁମିତ ଅନକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ୩୪ ବର୍ଷ ବୟସ୍କ ସୁମିତ ଓଙ୍କାଙ୍କ ମୃତ୍ୟୁ ଖବର ପରେ ଜୟପୁରରେ ଶୋକର ଛାୟା ଖେଳିଯାଇଛି ।

ସୁମିତ ଦୈନିକ ଖବରକାଗଜ ପାୟୋନିଅରର ବିଶାଖାପାଟଣା ପ୍ରତିିନିଧି ଭାବେ କାମ କରୁଥିଲେ । ପୂର୍ବରୁ ଇଂରାଜୀ ଖବର କାଗଜ ଡେକାନ କ୍ରୋନୋକିଲରେ କ୍ରାଇମ ରିପୋର୍ଟର ଭାବେ କରିଥିଲେ ସୁମିତ ଓଙ୍କା । ତେବେ ଗତ ଏପ୍ରିଲ ୨୨ରେ ତାଙ୍କର କରୋନା ପିଜିଟିଭ ଆସିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ କେୟାର ହସ୍ପିଟାଲରେ ଭର୍ତି ହୋଇଥିଲେ । କିନ୍ତୁ ୨୪ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଭିମସ୍ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।