ସକାଳେ ଅନୁଗୁଳ, ସଞ୍ଜରେ ବୌଦ୍ଧକୁ ବ୍ୟାପିଲା କରୋନା । ପଜିଟିଭ୍ ତାଲିକାରେ ଯୋଡ଼ି ହେଲା ବୌଦ୍ଧ ଜିଲ୍ଲା, ରାଜ୍ୟରେ ମୋଟ୍ ୨୧ ଜିଲ୍ଲାରେ କରୋନା କେସ୍ ।

639

କନକ ବ୍ୟୁରୋ: ବୌଦ୍ଧକୁ ବ୍ୟାପିଲା କରୋନା । ପ୍ରଥମ ଥର ପାଇଁ ବୌଦ୍ଧରେ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଏକାଥରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ତିନି ଜଣ ଯାକ ସୁରତ ଫେରନ୍ତା । ତେବେ ଆଜି ସକାଳେ ଅନୁଗୁଳକୁ ଡେଇଁଥିଲା କରୋନା । ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଜିଲ୍ଲାରେ ଏକାଥରେ ୧୩ ପଜିଟିଭ ବାହାରିଥିଲେ । ଆଉ ଏବେ ପୁଣି ୨ ଜଣ ବାହାରିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବଢିଛି ।

ସେପଟେ ଆଜି ଗୋଟିଏ ଦିନରେ ୨ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ତାଲିକାରେ ଯୋଡି ହୋଇଛି ୨୧ ଜିଲ୍ଲା । ରାଜ୍ୟରେ ଏବେ ମୋଟ ୨୧ ଜିଲ୍ଲାରେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ- ୩, ଗଞ୍ଜାମ- ୭, ଯାଜପୁର-୧, ପୁରୀ-୨, ଅନୁଗୁଳ-୨ ଚିହ୍ନଟ ହେବା ପରେ ଆଜି ରାଜ୍ୟରେ ଏଯାଏଁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ପଜିଟିଭ ବାହାରିବା ପରେ ଓଡିଶାର ମୋଟ ପଜିଟିଭ ସଂଖ୍ୟା ୩୭୭କୁ ବଢିଲା ।

Comments are closed.