କନକ ବ୍ୟୁରୋ: ବୌଦ୍ଧକୁ ବ୍ୟାପିଲା କରୋନା । ପ୍ରଥମ ଥର ପାଇଁ ବୌଦ୍ଧରେ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଏକାଥରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ତିନି ଜଣ ଯାକ ସୁରତ ଫେରନ୍ତା । ତେବେ ଆଜି ସକାଳେ ଅନୁଗୁଳକୁ ଡେଇଁଥିଲା କରୋନା । ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଜିଲ୍ଲାରେ ଏକାଥରେ ୧୩ ପଜିଟିଭ ବାହାରିଥିଲେ । ଆଉ ଏବେ ପୁଣି ୨ ଜଣ ବାହାରିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବଢିଛି ।
ସେପଟେ ଆଜି ଗୋଟିଏ ଦିନରେ ୨ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ତାଲିକାରେ ଯୋଡି ହୋଇଛି ୨୧ ଜିଲ୍ଲା । ରାଜ୍ୟରେ ଏବେ ମୋଟ ୨୧ ଜିଲ୍ଲାରେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ- ୩, ଗଞ୍ଜାମ- ୭, ଯାଜପୁର-୧, ପୁରୀ-୨, ଅନୁଗୁଳ-୨ ଚିହ୍ନଟ ହେବା ପରେ ଆଜି ରାଜ୍ୟରେ ଏଯାଏଁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ପଜିଟିଭ ବାହାରିବା ପରେ ଓଡିଶାର ମୋଟ ପଜିଟିଭ ସଂଖ୍ୟା ୩୭୭କୁ ବଢିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/22-4.jpg)
/kanak/media/post_attachments/wp-content/uploads/2020/05/21-5.jpg)