ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ଶହେରେ ପହଞ୍ଚିଲା ପଜିଟିଭ ସଂଖ୍ୟା । ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି

1,741

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ । ନୂଆ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ୧୦୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ତେବେ ଟିକେ ପୂର୍ବରୁ ଯାଜପୁରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଆଉ ଏବେ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ନୂଆ ଆକ୍ରାନ୍ତଙ୍କୁ ଲଗାଇ ଯାଜପୁର ଜିଲ୍ଲାରେ ମୋଟ ୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ତେବେ ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । କିଛି ସମୟ ପୂର୍ବରୁ ଜିଲ୍ଲାର ଦଶରଥପୁର କଟିକଟା ଗାଁର ୪ ଜଣ ଆକ୍ରାନ୍ତ ଥିବା ବେଳେ ସେହି ବ୍ଲକର ମଲ୍ଲିକାପୁର ଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ୫ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁର ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୧୭ରେ ପହଞ୍ଚିଲା । ମାତ୍ର ଏବେ ଆଉ ଜଣେ ପଜିଟିଭ ବାହାରିବା ପରେ ସଂଖ୍ୟା ୧୮କୁ ବଢିଛି । ତେବେ ବର୍ତ୍ତମାନ ରାଜ୍ୟରେ ୧୦୦ଟି ପଜିଟିଭ କେସ୍ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ କେସ୍ ୬୫ଟି ରହିଛି ।