ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୫୬ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା; ଚିକିତ୍ସିତ ହେଉଛନ୍ତି ୩୭ ଜଣ

3,005

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ୫୬ରେ ପହଂଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚିକିତ୍ସିତ ହେଉଛନ୍ତି ୩୭ ଜଣ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟରୁ ଏହି ସୂଚନା ମିଳିଛି। ତେବେ ସେ କେଉଁ ଅଞ୍ଚଳର ତାହା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

 

 

ଅନ୍ୟପଟେ ରାଜ୍ୟରେ କରୋନା ବିରୋଧୀ ଲଢ଼େଇରେ ଏକ ଭଲ ଖବର । ଆଉ ୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁସ୍ଥ ହୋଇଥିବା ୫ ଜଣ ଯାକ ଭୁବନେଶ୍ୱରର । ପୂର୍ବରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ରାଜ୍ୟରେ ଏବେ ୩୬ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ରାଜ୍ୟରେ ମୋଟ୍ ୫୫ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି, ୩୬ ଜଣଙ୍କର ଏବେ ଚିକିତ୍ସା ଚାଲିଛି । ପୂର୍ବରୁ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।