ମହାମାରୀ ନେଲା କରୋନା ଯୋଦ୍ଧାଙ୍କ ଜୀବନରେ: ଆରଜିଏଚର ଡାକ୍ତର ଅରୁଣ କୁମାର ଦାସଙ୍କ କରୋନାରେ ମୃତ୍ୟୁ; ଗାର୍ଡ ଅଫ ଅନ ସହ ହେଲା ଶେଷକୃତ୍ୟ

Advertisment
ମହାମାରୀ ନେଲା କରୋନା ଯୋଦ୍ଧାଙ୍କ ଜୀବନରେ: ଆରଜିଏଚର ଡାକ୍ତର ଅରୁଣ କୁମାର ଦାସଙ୍କ କରୋନାରେ ମୃତ୍ୟୁ; ଗାର୍ଡ ଅଫ ଅନ ସହ ହେଲା ଶେଷକୃତ୍ୟ

କନକ ବ୍ୟୁରୋ: କରୋନା ନେଲା କରୋନା ଯୋଦ୍ଧାଙ୍କ ଜୀବନ । କରୋନା ସଂକ୍ରମଣରେ ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତ ଡାକ୍ତର ହେଉଛନ୍ତି ଅରୁଣ କୁମାର ଦାସ । ଅବସର ପରେ ପୁଣି ଥରେ ଆରଜିଏଚ ବର୍ହିବିଭାଗରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେ କାର୍ଯ୍ୟରତ ଥିଲେ । ସେ ଅସୁସ୍ଥ ଅନୁଭବ କରିବାରୁ ଗତ ୪ ଦିନ ପୂର୍ବେ ନମୂନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୋଭିଡ ଗାଇଡଲାଇନ ଅନୂସାରେ ମୃତ ଡାକ୍ତରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

publive-image

କରୋନା ଯୋଦ୍ଧାଙ୍କୁ ସମ୍ମାନ ସହ ଶେଷ ବିଦାୟ । ମୃତ ଫାର୍ମାସିଷ୍ଟଙ୍କୁ ଗାର୍ଡ ଅଫ ଅନର ସହ କରାଗଲା ଅନ୍ତିମ ସଂସ୍କାର । ଭଂଜନଗର ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ସୁରେଶ ବିଶୋଇଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ସେ ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରୁଥିବା ସମୟରେ ତାଙ୍କ ଛାତିରେ ହଠାତ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଭଂଜନଗର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର କରୋନା ନମୂନା ପରୀକ୍ଷା ହେବା ପରେ ପଜିଟିଭ ଆସିଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

publive-image

ଏହା ପରେ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ, ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡିକାଲ ଅଧୀକ୍ଷକ ଶୀତାଂସୁ ଶେଖର ଶତଫଥୀ, ଥାନା ଅଧିକାରୀ ସଦୀପ୍ତ୍ କୁମାର ସାହୁ ଏବଂ ଜଗନ୍ନାଥ ପ୍ରସାଦ ମେଡିକାଲର କିଛି କର୍ମଚାରୀଙ୍କ ଉପସ୍ଥିତରେ ମୃତ ଫାର୍ମାସିଷ୍ଟ ସୁରେଶ ବିଶୋଇଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ ଅନର ପରେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୧୦ ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କର ଭିଟାମାଟି ଭେଜିପୁଟରେ ଅନ୍ତିମ ସଂସ୍କାର କରାଯାଇଥିଲା । ୨୦୦୨ରୁ ସେ ବରଗାଁ ମେଡିକାଲରେ କାର୍ଯ୍ୟ କରି ଅଂଚଳରେ ସମସ୍ତଙ୍କ ପ୍ରିୟର ପାତ୍ର ପାଲଟିଥିଲେ । ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe