ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ସୂଚନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବଢିଲା

4,632

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ତେବେ ଆଜି ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତ ଜଣକ ଗଂଜାମ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟର ମ୍ୟାପରେ ଦର୍ଶାଯାଇଛି ।

ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତ । ଗତକାଲି ୭ ନୂଆ କରୋନା ପଜିଟିଭ ଚିହ୍ନଟ ପରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ତେବେ ଗତକାଲି ଚିହ୍ନଟ ୭ ପଜିଟିଭ ମଧ୍ୟରୁ ଯାଜପୁର ଜିଲ୍ଲାର ୪ ଜଣ ଓ ୨ ଜଣ ଭଦ୍ରକ ଓ ଜଣେ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜମକ ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ ଏହି ନୂଆ ଆକ୍ରାନ୍ତଙ୍କ ଗଂଜାମ ଜିଲ୍ଲାର କେଉଁ ଅଂଚଳର, ତାଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ରହିଛି ଏବଂ ସେ କାହା କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ସ୍ପଷ୍ଟ କରାଯାଇନାହିଁ । କେବଳ ନୂଆ ଆକ୍ରାନ୍ତ ଜଣକ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେପଟେ, ଗତକାଲି ଚିହ୍ନଟ ହୋଇଥିବା ଯାଜପୁରର ୪ ଜଣ ଓ ଭଦ୍ରକର ୨ ଜଣ ନିକଟରେ କୋଲକତାରୁ ଫେରିଥିଲେ ଏବଂ ସଙ୍ଗରୋଧରେ ରହିବା ଭିତରେ ସମସ୍ତ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାରି ସହିତ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ଛୁଇଁଛି । ଯାଜପୁରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୨ରେ ପହଁଚିଥିବା ବେଳେ ଭଦ୍ରକରେ ୨୧ ଜଣ ମୋଟ୍ ଆକ୍ରାନ୍ତ ରହିଛନ୍ତି ।