କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ପୁଣି ଏକ ଜୀବନ । ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେବେ ଆଜି ୧୬ ଜିଲ୍ଲାରୁ ୭୫ ଜଣ କରୋନା ସଂକ୍ରମିତ ଠାବ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶ ପାଇଛି । ତେବେ ମୃତକ ଜଣକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଏବଂ ଗଂଜାମ ଜିଲ୍ଲାର ହୋଇଥିବା ଜଣାପଡିଛି । ଗଂତେବେ ଆଜିର ମୃତ୍ୟୁକୁ ମିଶାଇ ଗଂଜାମ ଜିଲ୍ଲାରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ପୂର୍ବରୁ ଭୁବନେଶ୍ୱରରୁ୩, ଖୋର୍ଧାରୁ ଜଣେ ଏବଂ କଟକରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଆଜିର ମୃତ୍ୟୁକୁ ମିଶାଇରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଆଜି ନୂଆ ୭୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮ ଶହ ୫୬ରେ ପହଂଚିଛି । ତେବେ ନୂଆ ଚିହ୍ନଟଙ୍କ ମଧ୍ୟରୁ ଜଗତସିଂହପୁର : ୨ ଖୋର୍ଦ୍ଧା : ୧୮ କୋରାପୁଟ : ୨ ଯାଜପୁର : ୭ କେନ୍ଦୁଝର : ୧ ଗଞ୍ଜାମ : ୧ ନୟାଗଡ଼ : ୪ କଟକ : ୫ ଅନୁଗୁଳ : ୨ ଢେଙ୍କାନାଳ : ୨ ବଲାଙ୍ଗୀର : ୫ ସୁନ୍ଦରଗଡ଼ : ୧୮ ପୁରୀ : ୧ ନୂଆପଡ଼ା : ୧ ସୋନପୁର : ୩ କେନ୍ଦ୍ରାପଡା : ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।