ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର ସୂଚନା । ଝାରସୁଗୁଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି

1,918

କନକ ବ୍ୟୁରୋ: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଝାରସୁଗଡ଼ା ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨କୁ ବୃଦ୍ଧି ପାଇଛିା  ୪ ଦିନ ଆଗରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଅନ୍ୟପଟେ, ଆଜି ପ୍ରଥମ ଥର ପାଇଁ ଗଂଜାମ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛିା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏଯାଏଁ ୩୮ ହଜାର ୬୫୮ ନମୂନା ପରୀକ୍ଷା ହୋଇଛି । ଗତକାଲି ଗୋଟିଏ ଦିନରେ ୨ ହଜାର ୬୫ଟି ପରୀକ୍ଷା ହୋଇଥିଲା । ୧୦୩ ସକ୍ରିୟ ସଂକ୍ରମିତ ଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା ।