କରୋନା ବଡ ଖବର: ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ । ମୃତକ କଟକ ଜିଲ୍ଲାର ଜଣେ ୭୫ ବର୍ଷୀୟ ବୃଦ୍ଧ । ସେପଟେ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୫ ଛୁଇଁଲା
କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ପୁଣି ଏକ ବଡ ଖବର । ରାଜ୍ୟରେ କରୋନା ମହାମାରୀ ନେଲା ଆଉ ଏକ ଜୀବନ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ତେବେ ମୃତକ ଜଣକ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଥିବା ବେଳେ ଉକ୍ତ ଆକ୍ରାନ୍ତ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ । ତେବେ ଏମ୍ସରେ ବୃଦ୍ଧ ଜଣଙ୍କ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
Kanak News is now on WhatsApp
Join and get latest news updates delivered to you via WhatsApp
Sorry to inform that a 75 year old patient of Cuttack suffering from severe comorbidities and chronic pulmonary disease was admitted to AIIMS Bhubaneswar Emergency and unfortunately passed away within a few hours.
He was later tested and found to be positive for #COVID19.
— H & FW Dept Odisha (@HFWOdisha) May 19, 2020
ପୂର୍ବରୁ ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଖୋର୍ଧା ଜିଲ୍ଲାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଂଜାମରୁ ୨ ଜଣଙ୍କ ଜୀବନ ନେଇସାରିଛି କରୋନା ମହାମାରୀ । ତେବେ ଆଜି କଟକ ଜିଲ୍ଲାରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଆଜି ରାଜ୍ୟରେ ସର୍ବାଧିକ ୧୦୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୨, ଭଦ୍ରକରୁ ୨୧, କଟକରୁ ୪, ଜଗତସିଂହପୁରରୁ ୨୩, ଯାଜପୁରରୁ ୩୧, କେନ୍ଦ୍ରାପଡାରୁ ୮, ଖୋର୍ଧାରୁ ୪, ନୟାଗଡରୁ ୧, ପୁରୀରୁ ୪ ଏବଂ ସମ୍ବଲପୁରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।