କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ବଡ ଖବର । ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ ବ୍ୟକ୍ତି ଜଣକ କେତେ ନମ୍ବର କରୋନା ଆକ୍ରାନ୍ତ ସେ ନେଇ କୌଣସି ତଥ୍ୟ ସ୍ପଷ୍ଟ କରିନି ବିଭାଗ । କେବଳ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଂଚିଲା ନେଇ ସ୍ପଷ୍ଟ କରାଯାଇଛି । ପୂର୍ବରୁ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଝାରପଡା ଅଞ୍ଚଳର ୭୨ବର୍ଷୀୟ ବୃଦ୍ଧ ଥିଲେ ।

Advertisment

publive-image

ଅନ୍ୟପଟେ ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ବିଭାଗ । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୭ରେ ପହଂଚିଛି । ଏହି ନୂଆ କରୋନା ପଜିଟିଭ ଗଞ୍ଜାମ ଜିଲ୍ଲାର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି ।

publive-image

ଗତକାଲି ଗୋଟିଏ ଦିନରେ ଆଉ ୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୬ରେ ଥିବାବେଳେ ଆଜି୧୭୭ରେ ପହଂଚିଛି | ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୪୬୬୩ ନମୁନା ପରୀକ୍ଷା ହୋଇଥିବା ବେଳେ ୧୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ୧୧୫ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ଯାଜପୁର ଜିଲ୍ଲାରେ ସର୍ବାଧିକ ୫୩ ଜଣ, ଖୋର୍ଧାରେ ୧୫, ଭଦ୍ରକରେ ୯, ସୁନ୍ଦରଗଡ଼ରେ ୭, ବଲାଙ୍ଗୀର, କେନ୍ଦୁଝର ଓ ଝାରସୁଗୁଡ଼ାରେ ୨, କୋରାପୁଟ ଓ ଦେବଗଡ଼ରେ ଜଣେ ଲେଖାଏ ସକ୍ରିୟ ଚିକିତ୍ସିତ ହେଉଛନ୍ତି।