ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଖୋର୍ଦ୍ଧାର ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ । ମଧୁମେହ ଓ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ

648

କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ । କରୋନା ମହାମାରୀରେ ଚାଲିଗଲା ଆଉ ଜଣଙ୍କ ଜୀବନ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧିପାଇଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି କୁହାଯାଇଛି। ସେ ଜଣେ ୬୩ ବର୍ଷିୟ ବ୍ୟକ୍ତି ବୋଲି ବି ସୂଚନା ମିଳିଛି। କରୋନା ବ୍ୟତୀତ ସେ ମଧୁମେହ ଓ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟରେ ଆଉ ୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ ସଂଗରୋଧ କେନ୍ଦ୍ରରୁ ଓ ୬ ଜଣ ସ୍ଥାନୀୟ ଅଂଚଳର । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଶହ ୦୮ରେ ପହଚିଂଛି । ଆଜି ସର୍ବାଧିକ କଟକରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୁରଭଂଜ ଓ ଖୋର୍ଦ୍ଧାରୁ ୨୨ ଜଣ , ଗଂଜାମରୁ ୧୨ ଜଣ, ଗଜପତି ଓ ସୁନ୍ଦରଗଡରୁ ୭ ଜଣ ଲେଖାଁଏ, କୋରାପୁଟରୁ ୬ ଜଣ,ଯାଜପୁରରୁ ୩ ଜଣ, ପୁରୀ, ରାୟଗଡା,ଜଗତସିଂହପୁର, ସୋନପୁର,ଅନୁଗୁଳରୁ ଜଣେ ଲେଖାଁଏ ଓ ଢେଙ୍କାନାଳ,କେନ୍ଦ୍ରାପଡା,କେନ୍ଦୁଝରରୁ ୨ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ ଓ ଭଦ୍ରକରୁ ୪ ନୂଆ ଅ୍ରାକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୬୫ ଜଣ ସୁସ୍ଥ ହୋଇଛନ୍ତି ।ଏଯାଏ ୧୪ ଶହ ୮୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ ୧୧ ଶହ ୧୭ ରହିଛି ।