ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ ଜିଲ୍ଲାର ସୂଚନା । ସୁନ୍ଦରଗଡରେ ୧୧ ଏବଂ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

Advertisment
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ ଜିଲ୍ଲାର ସୂଚନା । ସୁନ୍ଦରଗଡରେ ୧୧ ଏବଂ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡର ହୋଇଥିବା ସୂଚନା । ସୁନ୍ଦରଗଡର ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି । ସୁନ୍ଦରଗଡରେ ୫ଜଣ ସୁସ୍ଥ ହୋଇଥିବାବେଳେ ୬ଜଣି ଚିକିତ୍ସିତ ହେଉଛନ୍ତି । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୬୩ରେ । ସୁସ୍ଥ ହେଲେଣି ୬୦ ଜଣ । ସକ୍ରିୟ ଅଛନ୍ତି ୧୦୨ ସଂକ୍ରମିତ । ଯାଜପୁର ଜିଲ୍ଳାରେ ସର୍ବାଧିକ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ହଜାର ୧୨୮ଟି ନମୁନା ପରୀକ୍ଷା କରାଗଲାଣି । ଗତ ୨୪ ଘଂଟାରେ ୨ହଜାର ୪୭୦ଟି ନମୁନା ପରୀକ୍ଷା କରାଯାଇଛି ।

ରାଜ୍ୟରେ ପୁଣି  ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଏଣେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ଥିବା ବେଳେ, ୬୦ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଗତକାଲି ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ,  କେନ୍ଦୁଝର, ବାଲେଶ୍ବର ଏବଂ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe