ପଂଜାବ ଜଳନ୍ଧରରେ ବାୟୁସେନାର ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ; ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଘଟିଲା ଅଘଟଣ

ସୁରକ୍ଷିତ ଭାବେ ଓହ୍ଳାଇ ଯାଇଥିଲେ ପାଇଲଟ

1,101

କନକ ବ୍ୟୁରୋ: ପଞ୍ଜାବରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ ୨୯ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ପାଇଲଟଙ୍କ ଜୀବନ ଅଳ୍ପକେ ବର୍ତିଯାଇଛି । ସେ ନିଜେ ସୁରକ୍ଷିତ ଭାବେ ଓହ୍ଳାଇ ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସିବିଲ ହସ୍ପିଟାଲରେ ଭର୍ତି କରାଯାଇଛି । ପ୍ରଥମେ ବିସ୍ପୋରଣ ଖବର ପାଇଁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚିଥିଲେ । ସୂଚନା ପାଇଁ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତ୍ୟେକ୍ଷଦର୍ଶଙ୍କ କହିବା ଅନୁଯାୟୀ , ଦିନ ୧୧ଟା ବେଳେ ସେମାନେ ଆକାଶରୁ ନିଆଁ ଗୋଳା ବାହାରିବା ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେସଙ୍ଗେ ଲୋକେ କ୍ଷେତ ଆଡକୁ ଯିବାକ୍ଷଣି ସେଠାରେ ଏକ ବିମାନ ପଡିଥିବା ଦେଖିବାକୁ ପାଇଥିଲେ, ଯେଉଁଥିରେ ବିସ୍ପୋରଣ ହେଉଥିଲା । ବିସ୍ପୋରଣ କାରଣରୁ ଜମିରେ ନିଆଁ ମଧ୍ୟ ଲାଗିଯାଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।