କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ଆହୁରି ୧୦ ଲକ୍ଷ ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିପାରେ ୮ ଲକ୍ଷ କୋଭିସିଲ୍ଡ ଟିକା ବୋଲି ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଟିକା ନଥିବାରୁ ଆଜି ଟିକାକରଣ ବନ୍ଦ ରହିଛି । କାଲି ରାଜ୍ୟକୁ ଟିକା ଆସିବାର ଥିଲା, ହେଲା ଆସିନଥିଲା । ଆଜି ୧ ଲକ୍ଷ ଟିକା ପହଞ୍ଚିଛି । ତେବେ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ । କରୋନାକୁ ହରାଇବାକୁ ଏବେ ସାରା ଦେଶରେ ଟିକାକରଣକୁ ଜୋରଦାର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/3a8de335-fc43-47a7-9652-b57730310ab5.jpg)