କନକ ବ୍ୟୁରୋ : ସୁନା ଗହଣା ପିନ୍ଧିବା ପାଇଁ ଲୋକେ ବହୁତ ପସନ୍ଦ କରନ୍ତି । ଖାସକରି ଭାରତରେ ସୁନା ଆଭୁଷଣର ପ୍ରଚଳିତ ବେସ୍ ଅଧିକ ରହିଛି । ବିବାହ ବ୍ରତ ହେଉ କି ଅନ୍ୟାନ୍ୟ ପର୍ବ ପର୍ବାଣି, ଏହି ସମୟ ଗୁଡିକରେ ଲୋକେ ସୁନାର ଗହଣା ପିନ୍ଦି ନିଜକୁ ସଜାଇଥାନ୍ତି । କିନ୍ତୁ କେବେ ଦେଖିଛନ୍ତି ଆମେ ପିନ୍ଧୁଥିବା ସୁନାର ଚେନ୍ ଏବଂ ଅନ୍ୟାନ୍ୟ ଗହଣା କିପରି ତିଆରି ହୋଇଥାଏ । ଆସନ୍ତୁ ଜାଣିବା...
ଉପରେ ଦିଆଯାଇଥିବା ଏହି ଭିଡିଓରେ ଯେଉଁ ସୁନା ଚେନ୍ ତିଆରି ହେଉଥିବାର ଦେଖୁଛନ୍ତି ତାହାର ଓଜନ ୧ କିଲୋ ଗ୍ରାମ୍ ରହିଛି । ପୁରୁଣା ପରମ୍ପରା ଅନୁଯାୟୀ ଏହି ସୁନାର ଚେନକୁ ତିଆରି କରାଯାଇଛି । ଭିଡିଓରେ ସର୍ବପ୍ରଥମେ ଏକ ସୁନାର ବିସ୍କୁଟକୁ ନିଆଯାଉଛି । ଏହା ପରେ ସୁନା ବିକ୍ସୁଟ ସହ ଅନ୍ୟ ଧାତୁକୁ ମିଶାଇ ତରଳାଇ ଦିଆଯାଉଛି । ସୁନା ତରଳିବା ପରେ ତାକୁ ଏକ ମେସିନରେ ପୁରାଇ ଏକ ଲମ୍ବା ବାଡିରେ ପରିଣତ କରାଯାଉଛି । ଏହାପରେ ଏହାକୁ ମେସିନରେ ପୁରାଇ ସୁନା ଚେନର ଆକାର ଦିଆଯାଉଛି । ଦେଖୁ ଦେଖୁ ଏହା ସୁନା ଚେନରେ ପରିଣତ ହୋଇଯାଉଛି । ସୁନା ଚେନରେ ପରିଣତ ହେବା ପରେ ଏହାର କାମ ସରିଯାଇନି । ଏହାକୁ ଭଲଭାବେ ସଫାକରି ପଲିସ କରାଯାଏ । ଆଉ ଛୋଟମୋଟ ଯାଞ୍ଚ କରିବା ପରେ ଚିକିମିକ୍ ମାରୁଥିବା ସୁନା ଚେନ୍ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥାଏ ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ପ୍ରାୟ ୪୮ ମିଲିୟନ୍ ଲୋକ ଦେଖିସାରିଲେଣି । ୮୦ହଜାରରୁ ଅଧିକ ଲାଇକ୍ସ ଏବଂ ଅଢେଇ ହଜାରରୁ ଅଧିକ କମେଣ୍ଟ ଆସିଲାଣି ।