ପେଟ୍ରୋଲ ପମ୍ପ ବିସ୍ଫୋରଣ : ଏବେ ବି ଆଇସିୟୁରେ ଜଣଙ୍କ ଅବସ୍ଥା ଗୁରୁତର । ସେପଟେ ଆଉ ଜଣେ ନିଖୋଜ ଥିବା ପରିବାର ଲୋକ କଲେ ଅଭିଯୋଗ

162

କନକ ବ୍ୟୁରୋ : ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣା । କଟକ ବଡ ମେଡିକାଲରେ ଭର୍ତି ହୋଇଥିବା ୨ ଜଣ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସତ୍ୟ ନାୟକ । ତାଙ୍କ ଘର ଗଂଜାମ ଅଂଚଳରେ । ପେଟ୍ରୋଲ ଟାଙ୍କିରେ ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଜଳି ଯାଇଥିଲା ।

କ୍ୟାପିଟାଲ ହସ୍ପିଟାଲରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖି ଚିକିତ୍ସା ଚାଲିଥିଲା । କଟକ ଏସସିବିରେ ଚିକିତ୍ସାଧୀନ ଥିବା ଅନ୍ୟ ଜଣଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।