୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣଙ୍କର ଦେଖାଦେବ ଶ୍ରବଣ ସମସ୍ୟା । ଚେତାଇ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

Advertisment
୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣଙ୍କର ଦେଖାଦେବ ଶ୍ରବଣ ସମସ୍ୟା । ଚେତାଇ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

କନକ ବ୍ୟୁରୋ : ୨୦୫୦ ମସିହା ସୁଦ୍ଧା ପ୍ରତି ୪ ଜଣରୁ ଜଣଙ୍କର ଶ୍ରବଣ ସମସ୍ୟା ଉପୁଜିବ ବୋଲି ନିକଟରେ ଏକ ଗ‌ବେଷଣା କରି ମଙ୍ଗଳବାର ଏପରି ଭାବେ ଚେତାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହାର ସମାଧାନ ପାଇଁ ନିରାକରଣ ଏବଂ ଚିକିତ୍ସାରେ  ଅତିରିକ୍ତ ପୁଞ୍ଜି ବିନିଯୋଗ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଆହୁରି ବି କୁହାଯାଇଛି ଯେ ସଂକ୍ରମଣ, ‌ରୋଗ, ଜନ୍ମ ଦୋଷ, ଶବ୍ଦ ପ୍ରଦୂଷଣ, ଜୀବନଶୈଳୀ ଏହି ଶ୍ରବଣ ସମସ୍ୟା ଉପୁଜାଇବାର ଗୋଟାଏ ଗୋଟାଏ କାରଣ ବନିବେ। ଏହି ସମସ୍ୟା ପାଇଁ ପ୍ରତିବର୍ଷ ଜଣେ ଲୋକ ପିଛା ଅତି କମରେ ୧.୩୩ ଡଲାର ଖର୍ଚ୍ଚ ହେବ ବୋଲି ସୂଚନା ରହିଛି। ଏଥିପାଇଁ ଅତିରିକ୍ତ ପୁଞ୍ଜିର ଆବଶ୍ୟକତା ରହିଛି। ଶ୍ରବଣ ସମସ୍ୟା ଉପୁଜିଲେ ଯୋଗାଯୋଗ, ଶିକ୍ଷା ଚାକିରି ଆଦି ପ୍ରଭାବିତ ହେବ। ଫ‌ଳରେ ଆର୍ଥିକ ସମସ୍ୟା ଉପୁଜିବାର ବହୁ ଗୁଡ଼ାଏ କାରଣ ପୂର୍ବରୁ ସ୍ପଷ୍ଟ ହୋଇଯାଉଛି ବୋଲି ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ଏବେ ବିଶ୍ବରେ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଶ୍ରବଣ ସମସ୍ୟା ରହିଛି। ଆସନ୍ତା ତିନି ଦଶନ୍ଧି ମଧ୍ୟରେ ଶ୍ରବଣ ଶକ୍ତି ହ୍ରାସ ପାଇଥିବା ଲୋକଙ୍କ ସଂଖ୍ୟା ୧.୫ ଗୁଣରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଶ୍ରବଣ ସମସ୍ୟାରେ ଏକ ପ୍ରମୁଖ ଯୋଗଦାନ ହେଉଛି ଯତ୍ନର ଅଭାବ, ଯାହା ସ୍ୱଳ୍ପ ଆୟକାରୀ ଦେଶରେ ବିଶେଷ ଭାବରେ ଦେଖିବାକୁ ମିଳେ। ଏପରିକି ଉନ୍ନତ ସୁବିଧା ଥିବା ଧନୀ ଦେଶମାନଙ୍କରେ ମଧ୍ୟ ଯତ୍ନ ନେବାରେ ଅବହେଳା ଦେଖିବାକୁ ମିଳିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe