ସ୍ୱାମୀ ଜଣେ, ସ୍ତ୍ରୀ ୩ରୁ ଅଧିକ : ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ରସିକିଆ ସ୍ୱାମୀଙ୍କୁ ସାଥିରେ ଧରି ଥାନାରେ ପହଞ୍ଚିଲେ ୨ ପତ୍ନୀ

ଅନେକ ଝିଅଙ୍କ ସହ ଆଲୋକଙ୍କ ଜେନା ସଂପର୍କ ଥିବା ଅଭିଯୋଗ

657

କନକ ବ୍ୟୁରୋ : ସ୍ୱାମୀଙ୍କୁ ନେଇ ଟଣାଉଟରା । ଗୋଟିଏ କି ଦୁଇଟି ନୁହେଁ, ଜଣେ ବ୍ୟକ୍ତିଙ୍କ ଅଛନ୍ତି ୩ ରୁ ଅଧିକ ପତ୍ନୀ । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସ୍ୱାମୀଙ୍କୁ ଧରି ଥାନାରେ ପହଂଚିଛନ୍ତି ଦୁଇ ପତ୍ନୀ । ଏଭଳି ଅଭାବନୀୟ ଘଟଣା ଦେଖିବକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଆଜି ଦୁଇ ପତ୍ନୀ ମଂଚେଶ୍ୱର ଥାନାରେ ପହଂଚି ସ୍ୱାମୀଙ୍କ ନାଁରେ ଅଭିଯୋଗରେ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରସିକିଆ ସ୍ୱାମୀ ଜଣଙ୍କ ହେଉଛନ୍ତି ଜଣେ ଗାଡି ଡ୍ରାଇଭର ଆଲୋକ ଜେନା । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳରେ ହୋଇଥିବା ବେଳେ ସେ ରାଜଧାନୀରେ ଗାଡି ଚଳାନ୍ତି । ହିନ୍ଦୁ ରୀତିନୀତି ଅନୁସାରେ ୩ ଜଣଙ୍କୁ ଆଲୋକ ବିବାହ କରିଥିବା ବେଳେ ଅନେକ ଝିଅଙ୍କ ସହ ତାଙ୍କର ଅନୈତିକ ସର୍ମ୍ପକ ଥିବା ତାଙ୍କର ପତ୍ନୀମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିବାହ କରିବା ସହ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ସବୁଠୁ ବଡ କଥା ହେଉଛି ହିନ୍ଦୁ ରୀତିନୀତି ଅନୁସାରେ ଜଣଙ୍କୂୁ ଛାଡପତ୍ର ଦେବା ପରେ ଅନ୍ୟକୁ ବିବାହ କରିବା କଥା । ହେଲେ ଅଭିଯୁକ୍ତ କାହାକୁ ବି ଛାଡ଼୍ରପତ୍ର ଦେଇନାହାଁନ୍ତି । ଏବେ ସୁଦ୍ଧା ସେ ୩ ଜଣଙ୍କୁ ବିବାହ କରିଥିବା ସ୍ପଷ୍ଟ ହୋଇଛି । ଆଉ କିଛି ଝିଅଙ୍କୁ ବିବାହ କରଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।