ଶନି-ରବି ସଟଡାଉନରେ ଘଣ୍ଟାଏ କୋହଳ । ସୂଚନା ଦେଲେ ଏସଆରସି, ଜାଣନ୍ତୁ କାହିଁକି ଘଣ୍ଟାଏ କୋହଳ କଲେ ସରକାର?

1,160

କନକ ବ୍ୟୁରୋ : ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ । ସକାଳ ୫ଟାରୁ ୬ଟା ଯାଏଁ ଲୋକଙ୍କୁ ଘଣ୍ଟାଏ କୋହଳ ଦିଆଯିବ । ତେବେ ଏହି ସମୟରେ କେବଳ ମର୍ଣ୍ଣିଂ ୱାର୍କ, ଜଗିଂ ଓ ସାଇକେଲିଂ କରିପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସପ୍ତାହନ୍ତ ସଟଡାଉନର ସମୟକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ ଏହା ବାବଦରେ ସମସ୍ତ ସୂଚନା ଦେଇଛନ୍ତି ଏସଆରସି । ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଶନିବାର ସକାଳ ଠାରୁ ଆରମ୍ଭ ହେବ ସପ୍ତାହନ୍ତ ସଟଡାଉନ । ଆଉ ଏହା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଆଉ ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ ।

ସେହିଭଳି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଛନ୍ତି ଏସଆରସି । ଏନେଇ ଗତକାଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କେବଳ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ କିମ୍ବା ଟିକାର ଡବଲ ଡୋଜ ନେଇଥିଲେ ହୋମ କ୍ୱାରେଣ୍ଟାଇନ ପାଇଁ ଅନୁମତି ମିଳିବ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି ।