କନକ ବ୍ୟୁରୋ: ପାଇଖାନାରେ ବିତୁଛି ଜୀବନ । ମାସ କି ବର୍ଷେ ନୁହେଁ ୧୦ ବର୍ଷ ଧରି ଏକ ପାଇଖାନାରେ ରହୁଛନ୍ତି ଗୋଟିଏ ପରିବାର ୯ ଜଣ ସଦସ୍ୟ । ଦାରିଦ୍ର୍ୟତାର ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ । ଯେଉଁଠି ଘର ଟିଏ ପାଇଁ ଯେତେ ଗୁହାରି କଲେ ବି ମିଳୁନି ସହାୟତା ।
ଗରିବ ଲୋକଙ୍କୁ ମାଗଣାରେ ଲକ୍ଷ ଲକ୍ଷ ଘର ବଣ୍ଟାଯାଉଛି । ଯାହାକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଅଧିକାଂଶ ସ୍ଥାନରେ ଗରିବ ଲୋକଟିଏ ଘର ଖଣ୍ଡେ ପାଉନି । ଏପଟେ ୧୦ ବର୍ଷରୁ ଅଧିକ ସମୟ ଧରି ପରିବାର ୯ ଜଣ ଲୋକ ପାଇଖାନାରେ ଜୀବନ ବିତାଉଛନ୍ତି । ହେଲେ ପ୍ରଶାସନ ପାଖରେ ଏସମ୍ପକରେ ଖବର ନାହିଁ, ପ୍ରଶାସନ ଜାଣିଥିଲେ ମଧ୍ୟ ଘରଟିଏ ମିଳୁପାରୁନି । ସରପଞ୍ଚଠୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଘର ଖଣ୍ଡେ ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ବି ଶୁଣୁନାହାଁନ୍ତି କଥା ।
ସମ୍ପୂର୍ଣ୍ଣ ଘଟଣା ହେଉଛି ସେହି ଅଞ୍ଚଳର ସତ୍ୟବାନ ପ୍ରଧାନଙ୍କ ପରିବାର କହିଲେ, ବୃଦ୍ଧା ମା’, ଦିବ୍ୟାଙ୍ଗ ସ୍ତ୍ରୀ, ପୁଅ, ବୋହୁ ଓ ଚାରି ନାତୁଣି । ସରକାରୀ ଯୋଜନାରେ ଆବାସ ଟିଏ ମିଳୁ ନଥିବାରୁ ବାଧ୍ୟ ହୋଇ ଗୋଟିଏ ପାଇଖାନା ଘରେ ରହୁଛନ୍ତି ପୂରା ପରିବାର । ସଦସ୍ୟ ଅଧିକା ଥିବାରୁ ବାଉଁଶ ଓ ପାଲ ଟାଣି କୁଡିଆଟିଏ କରିଛନ୍ତି ସତ୍ୟବାନ । ସେଇଠି ଭାଗ୍ୟକୁ ଆଦରି ରହିଛନ୍ତି ପୂରା ପରିବାର । ସତ୍ୟବାନ ମୂଲ ମଜୁରୀ ଲାଗି ଯାହା ରୋଜଗାର କରନ୍ତି, ତାହା ସ୍ତ୍ରୀ ଓ ମାଆଙ୍କ ଚିକିତ୍ସାରେ ଖର୍ଚ୍ଚ ହୁଏ । ଏଭଳି ସ୍ଥିତିରେ ନିଜ ଖର୍ଚ୍ଚରେ ପକ୍କା ଘରଟିଏ କରିବା ସମ୍ଭବ ନୁହେଁ । ସେପଟେ ନିଜସ୍ୱ ଜାଗା ଓ ଠିକଣାରେ ତାଳମେଳ ରହୁନଥିବାରୁ ସରକାରୀ ଯୋଜନାରେ ଘରଟିଏ ମିଳିପାରୁନାହିଁ । ପ୍ରଶାସନିକ ସ୍ତରରେ ଏହାରୁ ଅନୁଧ୍ୟାନ କରି ପକ୍କା ଘରଟିଏ ଯୋଗାଇ ଦେବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/37-14.jpg)