କନକ ବ୍ୟୁରୋ : ରାତିରେ ଶୋଇଥିବା ବେଳେ କାଉଡିଆଙ୍କ ମୃତ୍ୟୁ । ଦେବଗଡରେ ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱର ମନ୍ଦିରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯେତେବେଳେ ଶୈବପୀଠରେ କାଉଡିଆ ଜଳଲାଗି କରି ବମ୍ ହର ହର ବମ ମନ୍ତ୍ର ଉଚାରଣ କରୁଛନ୍ତି । ସେହି ସମୟରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଦେଓଝରଣ ଗାଁର ବିଭୂତି ବେହେରା ।

Advertisment

ରାତିରେ ମନ୍ଦିର ମଣ୍ଡପରେ ଅନ୍ୟମାନଙ୍କ ସହ ବିଭୂତି ଶୋଇଥିଲେ । ରାତି ୩ଟାରେ ଜଳାଭିଷେକ ପାଇଁ ତାଙ୍କୁ ସାଥୀ କାଉଡିଆ ଉଠାଇଥିଲେ ଏହି ସମୟରେ ସେ ଆଉ ଉଠିନଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ଏକ ଡିପ୍ଲୋମା ଇଞ୍ଜିନିୟରିଂ କଲେଜରେ ବିଭୂତି ପିଅନ ଭାବେ କାର୍ଯ୍ୟରତ ଥିଲେ ।