ରାଜ୍ୟରେ କାଳବୈଶାଖୀର ତାଣ୍ଡବ ! ବରଗଡରେ ଗଛ ପଡି ଜଣେ ମୃତ, ବଲାଙ୍ଗୀର ଓ କେଉଁଝରରେ ବ୍ୟାପକ କ୍ଷୟକ୍ଷତି

Advertisment
ସତର୍କ ରୁହ ୨୧ ଜିଲ୍ଲା ! ରାତି ୧୧ଟା ସୁଦ୍ଧା ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ : ବରଗଡରେ କାଳବୈଶାଖୀର ତାଣ୍ଡବ । କାଳବୈଶାଖୀର ପ୍ରଭାବରେ ରବିବାର ଅପରାହ୍ନ ୩ଟା ୩୦ରେ ବରଗଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ନିକଟ ପତକାରପଲ୍ଲୀ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ଆକସ୍ମିକ ଭାବରେ ଝଡ଼ତୋଫାନ ହେବାରୁ ମନେଇ ଗୋଚ୍ଛାୟତ ନାମକ ଜଣେ ବ୍ୟକ୍ତି ଅନ୍ୟ ଜଣେ ଲୋକଙ୍କ ସହିତ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗଛର ଡ଼ାଳ ଭାଙ୍ଗି ଯାଇ ଉଭୟଙ୍କ ଉପରେ ପଡ଼ି ଯାଇଥିଲା। ମନେଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାଥୀରେ ଥିବା ଲୋକ ଗୁରୁତର ଆହତ ହୋଇଥିଲେ।

publive-imageଏହାଛଡା ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦୁଝରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିବାର ସୂଚନା ମିଳିଛି । ଏହାସହ ରାଜ୍ୟର ଅନ୍ୟ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହୁଛି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖ ସମ୍ଭାବନା ଥିବା ନେଇ ସର୍ତକ ସୂଚନା ଜାରି କରିଥିଲା ।

ସେହିଭଳି ଗତକାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ମାତ୍ର ଘଂଟାଏ ବର୍ଷାରେ ବାଲେଶ୍ୱର, ଭଦ୍ରକ ସମେତ ମୟୁରଭଂଜ କିଛି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୁଆପଥର ମାଡ଼ରେ ୨୫ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳ ଶହେରୁ ଅଧିକ ଲୋକଙ୍କ ଘରର ଛାତ ନଷ୍ଟ ହୋଇଯାଇଛି । କୁଆପଥର ଗୁଡ଼ିକର ଓଜନ ପ୍ରାୟ ପାଂଚ ଶହ ଗ୍ରାମରୁ ୨ କିଲୋ ଗ୍ରାମ ରହିଥିବା କୁହାଯାଇଛି ।

କୁଆପଥର ମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ରେମୁଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଦିନିଆ ବର୍ଷା ପାଇଁ ଶହ ଶହ ହେକ୍ଟର ଜମିରେ ରବି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ବାଲେଶ୍ୱର, ଭଦ୍ରକ, ମୟୁରଭଂଜ ଜିଲ୍ଲାରୁ ସବୁଠାରୁ ଅଧିକ କ୍ଷତି ହୋଇଛି ବାଲେଶ୍ୱର ଜିଲ୍ଲାରେ । କାଳବୈଶାଖୀ ପ୍ରଭାବରେ ଅନେକ ସମୟ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe