କନକ ବ୍ୟୁରୋ: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ଗଣ୍ଡଗୋଳ । ମାରପିଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଟ୍ଟାମୁଣ୍ଡାଇ ଥାନା ଘେରିଛନ୍ତି ଉତ୍ୟକ୍ତ ଲୋକେ ।

ସୂଚନା ମୁତାବକ, ଗତ ୬ ତାରିଖରେ ମାଛ ଧରାକୁ ନେଇ ସ୍ଥାନୀୟ ଅଠରବାଟିଆ ଗାଁର ଗୋଲେଖ ସେଠୀ ଏବଂ ତାଙ୍କ ଭାଇଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଗୋଲେଖକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରିଛନ୍ତି ସ୍ଥାନୀୟ ଲୋକେ ।