୧୧ ଦିନର ଅପରେସନର ଦୁଃଖଦ ଅନ୍ତ ! ସେନାର ପଥର ବ୍ଲାଷ୍ଟିଂ ପରେ ମିଳିଲା ପ୍ରଥମ ଅପରେଟରଙ୍କ ମୃତଦେହ, ଆଉ ଜଣଙ୍କୁ ଖୋଜିବାକୁ ତନାଘନା

32

କନକ ବ୍ୟୁରୋ : ୧୧ ଦିନର ଅପରେସନର ଦୁଃଖଦ ଅନ୍ତ । ୧୧ ଦିନ ପରେ କୋରାପୁଟ ରାଣିଗଡ ପାହାଡରେ ପୋତି ହୋଇ ରହିଥିବା ଜଣେ ଜେସିବି ଅପରେଟରଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ୮ ଟି ବ୍ଲାଷ୍ଟିଂ ପରେ ଆଜି ପ୍ରଥମ ମୃତଦେହ ନଜର ଆସିଥିଲା । ପୂର୍ବରୁ ଦ୍ୱିତୀୟ ଜେସିବି ମେସିନକୁ ପଥର ତଳେ ଠାବ କରାଯାଇଥିଲା । ପରିବାର ମୃତଦେହକୁ ଚିହ୍ନଟ କରିଛନ୍ତି । ଆଉଜଣେ ଫସିଥିବା ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ଆଗକୁ ଆହୁରି ବ୍ଳାଷ୍ଟ କରିବ ସେନା ।

୧୨ ଫୁଟ ତଳେ ଜେସିବି ଓ ଦୁଇ ଅପରେଟର ଦବି ହୋଇ ରହିଥିବା ସୂଚନା ଦେଇଛି ସେନା । ରାଣୀଗଡ଼ ପାହାଡରେ ଅପରେସନ୍ ଜାରି ରଖିଛନ୍ତି ସେନା ଯବାନ । ପଥର ଉପରେ ପଥର ପଡିଥିବାରୁ ଉଦ୍ଧାର ପାଇଁ ଆହୁରି ବ୍ଳାଷ୍ଟ ଦରକାର ବୋଲି କହିଛି ସେନା । ଡ଼୍ୟାମକୁ ଦେଖି କରାଯାଉଛି କଂଟ୍ରୋଲିଂ ବ୍ଳାଷ୍ଟ । ପଥର ଉପରକୁ ଚଢ଼ି ସେନା ବ୍ଳାଷ୍ଟ ପାଇଁ ତାର ଖଂଜୁଛି । ତେଣୁ ଅପରେସନ ପରିଧି ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।