କନକ ବ୍ୟୁରୋ : ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅଂଚଳରେ ତିନି ପୃଥକ ପୃଥକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ ଚଣ୍ଡାହାଣ୍ଡି ପଟୁ ଏକ ଇନୋଭା (ଓଡ଼ି ୩୩ଏ-୨୬୦୧) ଝରିଗାଁ ଅଭିମୁଖେ ଆସୁଥିଲା । ସେହିପରି ଚଣ୍ଡାହାଣ୍ଡି ବ୍ଲକ ଡାହିମାଲ ନିକଟସ୍ଥ ବଡ଼ମୁଣ୍ଡି ଗ୍ରାମର ଦୁଇ ଭାଇ ଚକ୍ର ସନ୍ତା ଏବଂ ରବି ସନ୍ତା ବାଇକ (ଓଡ଼ି ୨୪ ବି୬୨୭୯) ରେ ନିଜ ଘରକୁ ଯାଉଥିଲେ। ତେବେ ଝରିଗାଁ ସ୍ଥିତ ମନୋରଂଜ ଉଦ୍ୟାନ ପାଖରେ ଏକ ଇନଭା ଗାଡି ସହ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲ ।
ଫଳରେ ଘଟଣାସ୍ଥଳରେ ଚକ୍ର ସନ୍ତର ମୃତ୍ୟୁ ହୋଇଯାଇଥିବା ବେଳେ ରବି ସନ୍ତା ଗୁରୁତର ହୋଇପଡିଥିଲେ। ଘଟଣା ନେଇ ଝରିଗାଁ ଅଗ୍ନି ଶମ ବିଭାଗ କର୍ମଚାରୀମାନେ ଉଭୟଙ୍କୁ ଉଧାର କରି ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚକ୍ର ସନ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ରବି ସନ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟ ଏକ ଦୁର୍ଘଟଣାରେ ବଡ଼ଟେମରା ପଂଚାୟତ ବଡ଼ତେମେରା ଗ୍ରାମର ଦୁଇ ଭାଇ ଶରତ ପାଇକ, ପୁସ୍ତମ ପାଇକ ଏବଂ ଦାଦା ରୁଦ୍ର ପାଇକ ଏକ ବାଇକ ଯୋଗେ ମେଦନା ଗ୍ରାମକୁ ଯାଇଥିଲେ । କାମ ସାରି ଫେରିବା ବେଳେ କୁହୁରାକୋଟ ଗ୍ରାମ ନିକଟରେ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନି ଜଣ ଗୁରୁତର ହୋଇ ଘଟଣା ସ୍ଥଳ ରେ ପଡିରହିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁସ୍ତମ ପାଇକଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ସେହିପରି ପାଲିଆ ଗ୍ରାମର ବୋଲି ଗୌଡ଼ ଏକ ଦଶାହ କାମ ସାରି ନିଜ ଘରକୁ ଫେରୁଥିଲେ । ତେବେ ପୁରଣୀଗୁଡା ଗ୍ରାମ ପାଖରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା ଫଳରେ ବୋଲି ଗୁରୁତର ହୋଇ ଘଟଣା ସ୍ଥଳରେ ପଡିରହିଥିଲେ।ପରେ ପରିବାରକୁ ଫୋନ ଯୋଗେ ଘଟଣା ସମ୍ପର୍କରେ କହିବା ପରେ ପରିବାର ଵର୍ଗ ପାଲିଆ ଗ୍ରାମରୁ ଏକ ଅଟ ଭଡା କରି ବୋଲିକୁ ଉଦ୍ଧାର କରି ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇଁ ଝରିଗାଁ ପାଲିସ ବିଭିନ୍ନ ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/road-accident-1.jpg)