କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ନୌସେରାରେ ଏକ ବଡ ଧରଣର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୬ ଜଣ ଲୋକ ଆହତ ହୋଇଛନ୍ତି । ରୌଜରୀରୁ ନୌସେରା ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସି ପଡିଥିଲା ।
J&K | One dead, 56 injured in a bus accident at Nowshera
The bus was on the Rajouri-Nowshera route. We've received 56 injured patients out of which one person died during treatment. Four critically injured patients are referred to GMC hospital, Jammu: Sukhdev Singh, ADC Nowshera pic.twitter.com/qAgUoR0n8i
— ANI (@ANI) March 28, 2022
ନୌସେରାର ଏଡିସିି ସୁଖଦେବ ସିଂଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଜେଏମସି ହସ୍ପିଟାଲକୁ ପଠାଯାଇଛି । ଏସବୁ ଭିତରେ ସ୍ଥାନୀୟ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ଓଭରଲୋଡ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସି ପଡିଥିବା କୁହାଯାଉଛି ।