କନକ ବ୍ୟୁରୋ : ଜମ୍ମୁ ବସଷ୍ଟାଂଡରେ ବସ ଉପରକୁ ଗ୍ରେନେଡ ମାଡ ଘଟଣାରେ ପଦାକୁ ଆସିଛି ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କୀ ସଂଗଠନର ଲିଙ୍କ୍ । ପୋଲିସ ଏହି ମାମଲାର ଛାନଭିନ୍ ଜାରି ରଖିଛି । ଏହି ହାମଲାରେ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୩୨ ଜଣ ଆହତ ଜମ୍ମୁ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି । ଏହି ଘଟଣାରେ ପୁଲିସ ଜଣେ ସନ୍ଦୀଗ୍ଧକୁ ଅଟକ ରଖିଛି । ତାର ନାମ ୟାସିନ୍ ଜାଭିଦ୍ ଭଟ୍ଟ ବୋଲି ଜଣାପଡିଛି । ସନ୍ଦୀଗ୍ଧ ୟାସିନ୍ ଜାଭିଦ୍ ଭଟ୍ଟକୁ ପୋଲିସ ନାଗ୍ରୋଟା ଟୋଲ୍ ପ୍ଲାଜା ନିକଟରୁ ଗିରଫ କରିଥିବା କହିଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି , ୟାସିନକୁ ଏହି ଗ୍ରେନେଡ୍ , ହିଜବୁଲ୍ ଆତଙ୍କୀ ଫାରୁକ୍ ଅହମ୍ମଦ ଭଟ୍ଟ ଦେଇଥିଲା ।
/kanak/media/post_attachments/wp-content/uploads/2019/03/images-4.jpg)
/kanak/media/post_attachments/wp-content/uploads/2019/03/images-1-2.jpg)