ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଜଣେ ମୃତ, ୩ ଗୁରୁତର।

101

କନକ ବ୍ୟୁରୋ: ବଜ୍ରଘାତ ନେଲା ଜୀବନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଛି ଏଭଳି ଚିତ୍ର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ ପଞ୍ଚାୟତ ବାଲିପଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ବିଲରେ କାମ କରିବା ସମୟରେ ବିଜୁଳିମାଡ ଯୋଗୁଁ ୧୬ ବର୍ଷୀୟ ସୁରେଶ ଜେନାଙ୍କ ମୃତ୍ୟୁ ହୋଇଛି । ସେପଟେ କଟକ ଜିଲ୍ଲା ନିଆଳି ଥାନା ମାଧବ ପଞ୍ଚାୟତ ପ୍ରଧାନସାହିରେ ବିଲରେ କାମ କରିବାବେଳେ ବିଜୁଳି ଆଘାତରୁ ଚାଲିଗଲା ଜଣେ ଚାଷୀର ଜୀବନ । ସେହିପରି ଦେବଗଡରୁ ଆସିଛି ବଜ୍ରାଘାତର ଖବର । ପାଠପଢା ଚାଲିଥିବା ବେଳେ ବଜ୍ରପାତରେ ଗୁରୁତର ହୋଇପଡ଼ିଲେ ଛାତ୍ରଛାତ୍ରୀ । ଦେବଗଡ଼ ତିଳେଇବଣୀ ବ୍ଳକ ବଡ଼ଛାପଲ ପଞ୍ଚାୟତ କୁଟୁରାପସି ବିଦ୍ୟାଳୟରେ ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଲଘୁଚାପ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ମଧ୍ୟାହ୍ମ ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତ ଯୋଗୁ ବିଦ୍ୟାଳୟର ସମସ୍ତ ବିଦ୍ୟୁତ ଉପକରଣ ପୋଡିଯିବା ସହ ଚଟାଣ ଫାଟିଯାଇଥିଲା । କିଛି ଛାତ୍ରୀ ବଜ୍ରପାତରେ ଗୁରୁତର ଭାବେ ଆହତ ହୋଇପଡ଼ିଛନ୍ତି ।