ପ୍ରବଳ ବର୍ଷା ପାଇଁ ପୁରୀରେ ସ୍କୁଲ ଛୁଟି ଘୋଷଣା । ସୂଚନା ଦେଲେ ଜିଲ୍ଲାପାଳ

122

କନକ ବ୍ୟୁରୋ : ବର୍ଷାରେ ବେହାଲ ପୁରୀ ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଆଜି ସ୍କୁଲ ଛୁଟି ଘୋଷଣା । ଗୋଟିଏ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ । ଏନେଇ ସୂଚନା ଦେଲେ ଜିଲ୍ଲାପାଳ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୨୪ ଘଂଟାରେ ପୁରୀରେ ସର୍ବାଧିକ ୩୨୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୮୭ ବର୍ଷ ପରେ ସେପ୍ଟେମ୍ବର ମାସରେ ୨୪ ଘଂଟା ମଧ୍ୟରେ ପୁରୀରେ ରେକର୍ଡ ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ ତାରିଖରେ ୨୧୦.୮ ମିଲିମିଟର ବର୍ଷା ହୋଇଥିଲା । ଏହା ପରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ବର୍ଷା ହୋଇଛି । ଯାହାକୁ ନେଇ ଆଜି ଗୋଟିଏ ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।