କନକ ବ୍ୟୁରୋ : ଗଞ୍ଜାମ ପରେ ଚିନ୍ତା ବଢାଇଛି ଖୋର୍ଦ୍ଧା । ଗଞ୍ଜାମରେ ୨୭୯ ଜଣ ଓ ଖୋର୍ଧାରେ ୨୯୮ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ କମୁଥିବାବେଳେ ବେଳେ ବଢୁଛି ଖୋର୍ଦ୍ଧା । ଚଳିତ ସପ୍ତାହରେ ଗଞ୍ଜାମରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା କମୁଛି । ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୩ ଶହ୫୯ ରହିଛନ୍ତି । ସୁସ୍ଥ ହୋଇଛନ୍ତି ୮ ହଜାର ୯୧୧ । ଜିଲ୍ଲାରେ ବର୍ତମାନ ସୁଦ୍ଧା ୧୨୩ ଜଣ ପ୍ରାଣ ହରାଇଲେଣି । ଖୋର୍ଦ୍ଧାରେ ୫ ହଜାର ୮୨୯ ଆକ୍ରାନ୍ତ ହୋଇଥିବାବେଳେ ମୋଟ ୩୧ ଜଣ ପ୍ରାଣ ହରାଇଛନ୍ତି ।
ସେପଟେ ଆଜି ରାଜ୍ୟରେ ଗତ ୨୪ ୨୪ ଘଂଟା ମଧ୍ୟରେ ରେକର୍ଡ ୧୮ ଶହ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧ ଶହ ୧୮ ଥିବାବେଳେ ସ୍ଥାନୀୟ ସଂକ୍ରମିତ ୭ ଶହ ୧୫ ଜଣ ଅଛନ୍ତି । ସବୁଠାରୁ ବଡ କଥା ହେଲେ ଗଞ୍ଜାମକୁ ଟପିଛି ଖୋର୍ଧା । ଗଞ୍ଜାମରେ ଆଜି ୨ ଶହ ୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୨ଶହ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକରୁ ୧୨୪ ଓ ରାୟଗଡାରୁ ୧୫୨ ଆକ୍ରାନ୍ତ ଥିବା ଜଣାପଡିଛି । ସୁନ୍ଦରଗଡରୁ ୧୧୦, ବାଲେଶ୍ୱରରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧା ପରେ ସୁନ୍ଦରଗଡ ଓ ରାୟଗଡା ଚିନ୍ତା ବଢାଇଛନ୍ତି । ରାଜ୍ୟରେ ୨୪ ଘଂଟା ମଧ୍ୟରେ ୧୬ ହଜାର ୫୫ ନମୁନା ପରୀକ୍ଷା କରାଯାଇଛି । ଏହା ସହ ବର୍ତମାନ ସୁଦ୍ଧା କରୋନାରେ ୪୨ ହଜାର ୫ ଶହ ୫୦ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨୬ ହଜାର ୮ ଶହ ୮୮ ଜଣ । ଆକ୍ଟିଭ ମାମଲା ରହିଛି ୧୫ ହଜାର ୩୭୦ । କେବଳ ୭ ଦିନରେ ୧୦ ହଜାର ୭୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।