କନକ ବ୍ୟୁରୋ: ପଦ ପଦବୀ ଗଲା ପରେ ଅବହେଳିତ ଆଉ ଅଲୋଡା ବ୍ଲକ ମୁଖିଆ । ବ୍ଲକ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ବହୁ ଉନ୍ନତି ମୂଳକ କାମ ହେଉଛି । ହେଲେ ପଦବୀ ଯାଇସାରିଲା ପରେ ଏବେ ଯେମିତି ଅଲୋଡା ହାଇପଡିଛନ୍ତି ସମ୍ବଲପୁର ଧନକଉଡା ବ୍ଲକ ବଡସିଂହାରୀ ଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମୈଥଳୀ ବଗର୍ତୀ ।
୨୦୦୭ରୁ ୨୦୧୨ ମସିହା ଯାଏଁ ମୈଥଳୀ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ତାଙ୍କ ସମୟରେ ଅନେକ କାମ ହେବା ସହ ବେଶ୍ ଖାତିର ଥିଲା ତାଙ୍କର । ହେଲେ ପଦବୀ ଗଲା ପରେ କେହି ପଚାରିଲେନି । ପ୍ରଥମେ ସ୍ୱାମୀଙ୍କ ମୃତ୍ୟୁ ଓ ପରେ ଏକମାତ୍ର ପୁଅ ମାନସିକ ଅନଗ୍ରସର ହେବା ପରେ ଏବେ ସମ୍ପ୍ରୁ୍ଣ୍ଣ ବେସାହାରା ହୋଇପଡିଛନ୍ତି ମୈଥିଳୀ । ହଜାରେ ଟଙ୍କା ଭତ୍ତା ଓ ୧୦ କେଜି ଚାଉଳରେ ବହୁ କଷ୍ଟରେ ଚଳୁଛନ୍ତି ମାଆ ଓ ପୁଅ ।
ଦୁର୍ଦ୍ଦିନରେ ଦିନ ବିତୁଛି ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ । ଦରମା ବୃଦ୍ଧି ପାଇଁ ସବୁଠି ସବୁ ସ୍ଥାନରେ ଆଲୋଚନା ପର୍ଯ୍ୟାଲୋଚନା ଓ ସବୁସ୍ଥାନରେ ତୁମ୍ବିତୁଫାନ ହେଉଛି । ହେଲେ ମୈଥଳୀଙ୍କ ପ୍ରତି ଯେମିତି କାହା ନଜର ପଡୁନି । ବଡ ଅସହାୟ ଅବସ୍ଥାରେ ନିଜ ପରିବାର ସହ ବିତୁଛି ଦିନ । ତେବେ ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ କେବଳ ଭତ୍ତା ଦେଇ କାମ ସରିଯାଇଛି । ତାଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ଆଉ କିଛି ଦିନ ସ୍ୱଚ୍ଛଳ ହୋଇ ଚଳିପାରିବେ ମୈଥିଳୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/12/vlcsnap-2023-12-06-18h36m11s300.jpg)