ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆ । କହିଲେ, ସିଟି ସ୍କାନ କରିବା ବିପଦପୂର୍ଣ୍ଣ

660

କନକ ବ୍ୟୁରୋ: କରୋନା ପାଇଁ ଲୋକେ ସିଟି ସ୍କାନ ବ୍ୟବହାର ପ୍ରସଙ୍ଗ । ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର ଗୁଲେରିଆ । ଗୁଲେରିଆ କହିଛନ୍ତି ସିଟି ସ୍କାନ କରିବା ବିପଦପୂର୍ଣ୍ଣ ରହିଛି । ସାମାନ୍ୟ ଲକ୍ଷଣ ଥିଲେ ସିଟି ସ୍କାନ କଲେ କିଛି ଫାଇଦା ମିଳିବନି । ଥରେ ସିଟି ସ୍କାନ କରିବା ଅର୍ଥ ୩୦୦ ଥର ଛାତି ଏକ୍ସରେ କରିବା ସହ ସମାନ । ତେଣୁ ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ ।

ଗୁଲେରିଆ କହିଛନ୍ତି ଯେ ତଥ୍ୟରୁ ଜଣାପଡିଛି ଯେ ଲୋକମାନେ ପ୍ରତି ୩ଦିନରେ ସିଟି ସ୍କାନ କରୁଛନ୍ତି । ଯଦି ଆପଣ ଠିକ ଅଛନ୍ତି ହେଲେ ସାମାନ୍ୟ ଲକ୍ଷଣ ଦେଖାଯାଉଛି, ତେବେ ଆପଣଙ୍କର ସିଟି ସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ । ସୋମବାର କେନ୍ଦ୍ର ସରକାରଙ୍କ ପ୍ରେସ କନଫରେନ୍ସ ବେଳେ ଏହି ପ୍ରତିକ୍ରିୟା ଦେଇଥିଲେ ଡାକ୍ତର ଆର ଗୁଲେରିଆ ।

ଏହାସହ କହିଛନ୍ତି ଯେ ହୋମ ଆଇସୋଲେସନରେ ରହୁଥିବା ଲୋକମାନେ ନିଜ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ସାଚୁରେଶନ ୯୩ କିମ୍ବା ତା ତଳକୁ ହେଲେ, ଅଚେତ ଭଳି ଅବସ୍ଥା ହେଲେ, ଛାତିରେ ଯନ୍ତ୍ରଣା ଅନୁଭବ କଲେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ସହ ଯୋଗାେଯୋଗ କରନ୍ତୁ ।