କନକ ବ୍ୟୁରୋ : ଝିଅର ବିବାହ ପାଇଁ ଲଣ୍ଡନରୁ ଗ୍ରେଟର ନୋଏଡା ଆସିଥିଲେ ଜଣେ ଏନଆରଆଇ ନିଖିଲେସ୍ କୁମାର । ସାଙ୍ଗରେ ଆଣିଥିଲେ ଗହଣା ବୋଝେଇ ଏକ ବ୍ୟାଗ୍ । ଯେଉଁଥିଲେ ପାଖାପାଖି ଏକ କୋଟି ଟଙ୍କାର ସୁନା ଗହଣା ରହିଥିଲା । ଟ୍ୟାକ୍ସିରେ ଘରକୁ ଆସି ପହଞ୍ଚିଥିଲେ । କିନ୍ତୁ ଘରକୁ ଆସିବା ପରେ ମନେପଡିଥିଲା କି, ଟ୍ୟାକ୍ସିରେ ସେହି ଗହଣା ବୋଝେଇ ବ୍ୟାଗକୁ ଛାଡିଦେଇଛନ୍ତି ନିଖଲେସ୍ ।
ଲଣ୍ଡନରେ ରହୁଥିବା ନିଖଲେସ୍ କୁମାର ସିହ୍ନା ଝିଅ ବିବାହ ପାଇଁ ଗତ ବୁଧବାର ଦିନ ଗ୍ରେଟର ନୋଅଡା ଆସିଛନ୍ତି । ସେ ଝିଅର ବିବାହ ପାଇଁ ସାଙ୍ଗରେ ସୁନା ଗହଣା ସାଙ୍ଗକୁ ଅନ୍ୟାନ୍ୟ ଜିନିଷ ମଧ୍ୟ ଆଣିଥିଲେ । ସେ ବିମାନବନ୍ଦରରୁ ଟ୍ୟାକ୍ସିରେ ବସି ଘରକୁ ଆସିଥିଲେ । ଟ୍ୟାକ୍ସିରୁ ଓହ୍ଲାଇଲେ, ଟ୍ୟାକ୍ସି ଚାଳକଙ୍କୁ ଟଙ୍କା ଦେଇ ବିଦା କରିଥିଲେ । କିନ୍ତୁ କାର୍ ଡିକିରେ ଥିବା ତାଙ୍କର ଅତି ମୂଲ୍ୟବାନ ଜିନିଷକୁ କାଢିବାକୁ ସେ ଭୁଲିଯାଇଥିଲେ । କାର୍ ଡିକିରେ ହିଁ ଝଅ ବାହାଘର ପାଇଁ ଆଣିଥିବା ଗହଣା ବ୍ୟାଗ୍ ରହିଯାଇଥିଲା । ଯାହାର ମୂଲ୍ୟ ପାଖାପାଖି ୧କୋଟି ଟଙ୍କା ଥିଲା । ଏହା ପରେ ନିଖିଲେସ୍ ପୋଲିସ ଷ୍ଟେସନ ଯାଇ ଏବାବଦରେ ପୋଲିସକୁ ଜଣାଇଥିଲେ । ଏକଥା ଶୁଣିବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଯାଇଥିଲା ପୋଲିସ । ଗୁରଗ୍ରାମରେ ଥିବା ଉବେର ଅଫିସରୁ କ୍ୟାବର ଲୋକେଶନ୍ ପତା ଲଗାଇଥିଲା ପୋଲିସ୍ । ଏହାପରେ ଗାଜିଆବାଦର ଲାଲ କୁଆଁ ଅଞ୍ଚଳରୁ କ୍ୟାବକୁ ଠାବ କରାଯାଇଥିଲା । ଡ୍ରାଇଭର ଦ୍ୱାରା ଯେତେବେଳେ କାରର ଡିକି ଖୋଲାଯାଇଥିଲା ସେତେବେଳେ କାରରେ ସେହି ଗହଣା ବୋଝେଇ ବ୍ୟାଗ୍ ରହିଥିଲା । ପୋଲିସ କ୍ୟାବ୍ ଡ୍ରାଇଭରକୁ ସାଙ୍ଗରେ ଥାନାକୁ ନେଇଆସିଥିଲା । କିନ୍ତୁ କ୍ୟାବ୍ ଚାଳକ କହିଥିଲେ ଏବାବଦରେ ତାଙ୍କୁ କିଛି ବି ଜଣାନଥିଲା । ଗାଡି ଡିକିରୁ ଗହଣା ବ୍ୟାଗ୍ କଢାଯାଇନଥିଲା ବୋଲି ତାହା ମଧ୍ୟ ମନେ ନଥିଲା ।
ଅନ୍ୟପକେ ନିଖିଲେସ୍ କୁମାର ପୋଲିସଙ୍କୁ କହିଥିଲେ, ଏଥିରେ ଟ୍ୟାକ୍ସି ଚାଳକଙ୍କର କୌଣସି ଭୁଲ ନାହିଁ । ସେ ନିଜେ ବ୍ୟାଗ୍ କାଢିବାକୁ ଭୁଲିଯାଇଥିଲେ । ଏହା ପରେ ପୋଲିସ କାର ଚାଳକଙ୍କୁ ଛାଡିଦେଇଥିଲା । ନିଖଲେସ୍ ଥାନାରେ ଅଭିଯୋଗ କରିବାର ମାତ୍ର ୪ଘଣ୍ଟା ମଧ୍ୟରେ ତାଙ୍କ ଜିନିଷ ଫେରିପାଇଥିଲେ । ଏହା କେବଳ ସମ୍ଭବ ହୋଇଥିଲା ପୋଲିସ ତ୍ୱୋରିତ ଆକ୍ସନ୍ ପାଇଁ । ପୋଲିସର ଏହି କାର୍ଯ୍ୟକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି