ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି ।

283

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ହେବ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ଆଜି ତାକୁ ଗିରଫ କରିଥିବା ସୂଚନା ।

ଗତ ଜୁଲାଇ ମାସରେ ନୟାଗଡ ଯଦୁପୁର ଗାଁର ୫ ବର୍ଷୀୟ ପରୀକୁ ହତ୍ୟା କରାଯାଇଥିଲା । ମୃତ୍ୟୁର ୧୦ ଦିନ ପରେ ପରିବାର ଲୋକେ ପରୀର ମୃତଦେହ ପାଇଥିଲେ । କିନ୍ତୁ କିଏ ଏଭଳି ନିର୍ମମ କାଣ୍ଡ ଘଟାଇଲା ତାହାର ଟେର ପାଇ ପାରିଲା ନାହିଁ ପୋଲିସ । ଆଉ ଏହାକୁ ନେଇ ଜୋର ଧରିଲା ରାଜନୀତି । ଓଡିଶାର ପଲ୍ଲୀରୁ ଦେଶର ରାଜଧାନୀ ଦିଲ୍ଲୀ ଯାଏଁ ଏହି ରାଜନୀତି ଜୋର ଧରିଲା । ଏହାପରେ ସରକାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ଗଠନ କରିଥିଲେ । ନଭେମ୍ୱର ୨୭ରେ ଏସଆଇଟି ଏହି ମାମଲାର ତଦନ୍ତଭାର ଦିଆଯାଇଥିଲ।।