କନକ ବ୍ୟୁରୋ : ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିଲା ବନ୍ୟଜନ୍ତୁ । ଚୋରା ଚାଲାଣ ବେଳେ ଜଳେଶ୍ୱର ଷ୍ଟେସନରୁ ଧାରିଲା ରେଳବାଇ ପୋଲିସ । ଜଣେ ଗିରଫ । ପଶ୍ଚିମବଙ୍ଗ ନାୟାଗ୍ରାମ ଅଞ୍ଚଳର ସଞ୍ଜୟ ନାୟକ ପ୍ଲାଷ୍ଟିକ ବ୍ୟାଗରେ ୨୫ଟି ଗୋଧୀ, ଦୁଇଟି ଡାହୁକ, ଏବଂ ଗୋଟିଏ କଇଁଛକୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲେ । ଏନେଇ କୌଣସି ସୁତ୍ରରୁ ଖବର ପାଇଁ ଜଳେଶ୍ୱର ଷ୍ଟେସନରୁ ଜବତ କରିଛି ରେଳବାଇ ପୋଲିସ । ଏହାସହ ସଞ୍ଜୟକୁ ଗିରଫ କରିଛି ।

Advertisment

ଜବଦ ବନ୍ୟଜନ୍ତୁ ଗୋଡିକୁ ଚାନ୍ଦିପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ପଶ୍ଚିବବଙ୍ଗରୁ କିଛି ଶିକାରି ବାଲେଶ୍ୱରକୁ ଚାଷ କାମ କରିବା ବାହାନାରେ ଆସି ବନ୍ୟଜନ୍ତୁକୁ ଧାରି ଚୋରା ଚାଲାଣ କରୁଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ଚୋରାଚାଲାଣକାରିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି