ବିକ୍ରି ହେଉଥିଲା ବନ୍ଧୁକ, ପୋଲିସ କଲା ଚଢାଉ: ଜଣେ ଗିରଫ, ୨ ବନ୍ଧୁକ ଜବତ 

162

କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ବିକ୍ରି ହେଉଥିଲା ବନ୍ଧୁକ । ଅତର୍କିତ ଭାବେ ପୋଲିସ ଚଢାଉ କରି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ବାବୁଜାନ ଖାନ । ଏହି ବନ୍ଧୁକ ବେପାରୀଙ୍କୁ ଗିରଫ କରି ଭରତପୁର ଥାନା ପୋଲିସ । ଯୁବକଙ୍କ ପାଖରୁ ୨ ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ଜବତ ହୋଇଛି ।

ସୂଚନା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗରେ । ଏହି ଯୁବକଙ୍କୁ ଗିରଫ କରିବା ପରେ ପୋଲିସ ଛାନଭିନ ଜୋରଦାର କରିଛି । ଆଉ କେଉଁ ରାଜ୍ୟକୁ ଏହି ବନ୍ଧୁକ ବେପାରର ଚେର ଲମ୍ବିଛି ତାର ଖିଅ ଖୋଜୁଛି ପୋଲିସ ।