ଭାରତୀୟ ସେନା ପାଇଁ ଏକ ଦୁଃଖଦ ଖବର । ହିମାଚଳ ପ୍ରଦେଶରେ ଚୀନ ସୀମାକୁ ଲାଗିଥିବା କନ୍ନୁର ଜିଲ୍ଲାରେ ଆଜି ଏକ ଭୟଙ୍କର ବରଫ ଝଡ଼ରେ ପ୍ରାୟ ୬ ଜଣ ସେନା ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ୬ ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ବରଫ ତଳେ ଫଶି ରହିଥିବା ଆଶଙ୍କା କରାଯାଉଛି । ଆଜି ଦିନ ୧୧ଟା ୩୦ରେ ସେନା ଅନ୍ତର୍ଗତ ଜେକେ ରାଇଫଲର ଏହି ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଏହି ବରଫ ଝଡ଼ ଆସିଥିଲା । ବରଫ ଝଡ଼ରେ ସେମାନେ ଫସିଯାଇଥିଲେ । ଏପର୍ଯ୍ୟନ୍ତ ଜଣେ ଯବାନଙ୍କ ମୃତଦେହ ମିଳିଥିବାବେଳେ ଆଉ ୫ ଜଣ ଯବାନ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବାକୁ ସେନା ପକ୍ଷରୁ ଏକ ବଡ଼ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ।
ଅନ୍ୟପକ୍ଷରେ ଇଣ୍ଡୋ ତିବତୀୟ ସୀମା ପୁଲିସର କେତେକ ଯବାନ ମଧ୍ୟ ଏହି ବରଫ ଝଡ଼ରେ ଫସିଯାଇଥିଲେ, କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଯବାନମାନେ ପ୍ରାରମ୍ଭିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାଯାଇଛି । ଭାରତ-ଚୀନ ସୀମା ନିକଟବର୍ତ୍ତି ସିପକାଲାଠାରେ ଦିନ ୧୧ଟାରେ ଏହି ବରଫଝଡ଼ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/himachalavalanche-759-750x422.jpg)