ଗାଡି ଯାଞ୍ଚବେଳେ ମିଲିଲା ଦେଢ କେଜି ସୁନା ସହ ୪ ଲକ୍ଷ ଟଙ୍କା । ବାଲେଶ୍ୱର ଆମ୍ବଳିଅଠା ଓ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜାଠାରେ ଜିଏସଟି ଓ ପୋଲିସ ବିଭାଗ କଲେ ଜବତ ।

278

କନକ ବ୍ୟୁରୋ: ବାଲେଶ୍ୱର ଆମ୍ବଳିଅଠା ଓ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ୨ଟି କାରରୁ ସୁନା ଓ ଟଙ୍କା ଜବତ କରିଛି ଜିଏସ୍ଟି ଓ ପୋଲିସ । ଗୋଟିଏ କାରରୁ ୧ କୋଟି ଟଙ୍କା ସୁନା ମିଳିଥିବା ବେଳେ ଅନ୍ୟ ଏକ କାରରୁ ନଗଦ ୪ ଲକ୍ଷ ଟଙ୍କା ଜବତ ହୋଇଛି । ଜବତ ସୁନା ଓ ଟଙ୍କା କେଉଁଠୁ ଆସିଲା ଓ କେଉଁଠାକୁ ଯାଉଥିଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ରାଜ୍ୟରେ ନିର୍ବାଚନକୁ ଆଖି ଆଗରେ ରଖି ସିଟି ଆଣ୍ଡ ଜିଏସ୍ଟି ଟିମ୍ ଓ ଜଳେଶ୍ୱର ପୋଲିସ ମିଳିତ ଭାବେ ପଶ୍ଚିମବଙ୍ଗ ସୀମାନ୍ତରେ ଯାଞ୍ଚ କରୁଥିଲେ । ଏହି ସମୟରେ କୋଲକାତାରୁ ବାରିପଦା ଯାଉଥିବା ଏକ ଗାଡିରୁ ୧୧ଟି ପ୍ୟାକେଟରେ ଥିବା ୧ କୋଟି ଟଙ୍କା ମୂଲ୍ୟର ୧ କେଜି ୫୭୮ ଗ୍ରାମର ସୁନା ଜବତ ହୋଇଥିଲା । ସୁନା ବାବଦ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ଜବତ କରାଯାଇଥିଲା । ସେହିପରି ଅନ୍ୟ ଏକ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କାର ପ୍ରମାଣ ଓ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଗାଡି ସହିତ ଗାଡି ଚାଳକଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖାଯାଇଛି ।