କନକ ବ୍ୟୁରୋ : ରାଜଧାନୀରେ ଓଏଲଏକ୍ସ ଲୁଟେରା । ନିଜର ଗାଡି ବିକିବା ପାଇଁ ଓଏଲଏକ୍ସରେ ଆଡ୍ ଦେଇଥିବା ଜଣେ ଗାଡି ମାଲିକଙ୍କୁ ଚୁନା ଲଗାଇ ଫେରାର ହୋଇଯାଇଛି ଲୁଟେରା । ଦିନ ଦ୍ୱିପ୍ରହରରେ ଗାଡି କିଣିବା ବାହାନାରେ ଗରାଖ ସାଜି ମାଲିକଙ୍କୁ ଲଗାଇଛି ପ୍ରାୟ ୧୦ ଲକ୍ଷ ଟଙ୍କାର ଚୁନା । ଏହି ଓଏଲଏକ୍ସ ଲୁଟେରାକୁ ଧରିବା ପାଇଁ ପୁଲିସ ନାକେଦମ ହୋଇଥିବା ବେଳେ ଅଭିଯୁକ୍ତ ଏବେବି ଫେରାର ରହିଛି ।
ଲୁଟେରା ଜଣକ ସାଙ୍ଗରେ ଆଣିଥିବା ଆଉ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି । ଏଥିସହ ଗୋଟିଏ କାରକୁ ବି ଜବତ କରିଛି । ଇନଫୋସିଟି ଥାନାରେ ଅଟକ ବ୍ୟକ୍ତି ଜଣକ, ଜଣେ ଟ୍ରାଭେଲ୍ସ ଡ୍ରାଇଭର ବୋଲି ଜଣା ପଡିଛି । ଲୁଟେରା ସହ ଏହି ଡ୍ରାଇଭରର କି ପ୍ରକାରର ସଂପର୍କ ରହିଛି ସେନେଇ ଖୋଳତାଡ ଜାରି ରଖିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-02-20h50m50s120.png)