କେବେ ରାକ୍ଷୀ ବାନ୍ଧି ମାଗୁଥିଲେ ସୁରକ୍ଷା, ଏବେ ମୁଖ୍ୟମନ୍ତ୍ରୀ ଭାଇଠାରୁ ଗୃହବନ୍ଦୀ ଭୟ । ଡରରେ କଂଗ୍ରେସ ଭବନରେ ରାତି କାଟିଲେ ୱାଇଏସ ରାଜଶେଖର ରେଡ୍ଡୀଙ୍କ ଝିଅ ଶର୍ମିଳା

1,295

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାଇ କାଳେ କରିଦେବେ ଗୃହବନ୍ଦୀ, ସେ ଭୟରେ କଂଗ୍ରେସ କାର୍ଯ୍ୟାଳୟରେ ରାତି କାଟିଲେ ଭଉଣୀ ୱାଇଏସ୍ ଶର୍ମିଳା । ଆନ୍ଧପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ୱାଇଏସ ଶର୍ମିଳା ଆଜି ବିଜୟୱାଡାରେ ସଚିବାଳୟ ଘେରାଉ ଡାକରା ଦେଇଛନ୍ତି । ବେରୋଜଗାରି ସମସ୍ୟା, ଛାତ୍ର ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡିଙ୍କ ସରକାର ବିରୋଧରେ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି ଶର୍ମିଳା । ଗୁରୁବାର କଂଗ୍ରେସ କର୍ମୀଙ୍କୁ ନେଇ ସଚିବାଳୟ ଘେରାଉ କରିବାର ଡାକରା ଦେଇଛନ୍ତି । ଆଉ ତାଙ୍କୁ ଭୟ ଥିଲା ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ଭାଇ ଜଗନ ମୋହନ ରେଡ୍ଡୀ ଶର୍ମିଳାଙ୍କୁ ଗୃହବନ୍ଦୀ କରିଦେବେ । ସେହି ଆଶଙ୍କାକୁ ନେଇ ଗତକାଲି ରାତିରେ ନିଜ ବାସଭବନକୁ ନଯାଇ କଂଗ୍ରେସ ଭବନରେ ରାତିଯାପନ କରିଛନ୍ତି । କଂଗ୍ରେସ ଭବନ ସ୍ଥିତ ନିଜ କାର୍ଯ୍ୟାଳୟରେ ଗଦି ବିଛାଇ ଶୋଇଥିବାର ଶର୍ମିଳାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଦିନେ ଭାଇକୁ ରାକ୍ଷୀ ବାନ୍ଧି ସୁରକ୍ଷା ମାଗୁଥିଲେ । ଆଜି ଭାଇ ଭୟରେ ନିଜ ଘରକୁ ଯିବାକୁ ଡରୁଛନ୍ତି ଶର୍ମିଳା ।