କନକ ବ୍ୟୁରୋ: କେତେବେଳେ କାହା ଭାଗ୍ୟ କିପରି ବଦଳିବ ସେକଥା କିଏ କହିବ । ଗତକାଲି ଯିଏ ଜଣେ ବ୍ୟାକଗ୍ରାଉଣ୍ଡ ଡାନ୍ସର ଭାବେ କାମ କରୁଥିଲେ ଆଜି ସେ ଜଣେ ଲୋକପ୍ରିୟ ଅଭିନେତା । ଆମେ କହୁଛୁ ବଲିଉଡ ଆକ୍ଟର ଶାହିଦ କପୁରଙ୍କ କଥା । ପ୍ରଥମେ ସେ ବଲିଉଡର ଶୋ’ମ୍ୟାନ ଭାବେ ପରିଚିତ ସୁବାସ ଘାଇଙ୍କ ‘ତାଲ’ ଏବଂ ଅନ୍ୟତମ ପ୍ରଖ୍ୟାତ ପ୍ରଯୋଜକ ୟଶ୍ ଚୋପ୍ରାଙ୍କ ଫିଲ୍ମ ‘ଦିଲ ତୋ ପାଗଲ ହୈ’ରେ ବ୍ୟାକଗ୍ରାଉଣ୍ଡ ଡାନ୍ସର ଭାବେ ନାଚିଥିଲେ । ଦିନ ଆସିଲା ବଡ ପରଦାରେ ଅଭିନୟ କରିବାକୁ ସୁଯୋଗ ପାଇଲେ ସାହିଦ । ଏହାପରେ ସେ ବେଶ୍ କିଛି ହିଟ ସିନେମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ।

Advertisment

ଶାହିଦଙ୍କ ପ୍ରଥମ ଫିଲ୍ମ ଥିଲା ‘ ଇସ୍କ ଭିସ୍କ’ । କିନ୍ତୁ ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କ ଅନେକ ସଂଘର୍ଷ କରିବାକୁ ପଡିଥିଲା । ପ୍ରାଥମିକ ସମୟରେ ତାଙ୍କୁ ଅଫର ତ ମିଳୁଥିଲା । ହେଲେ ରାତି ପାହିବା ବେଳକୁ ସେସବୁ ଦିବାସ୍ୱପ୍ନ୍ନ ଭଳି ଉଭେଇ ଯାଉଥିଲା ବୋଲି ସେ କହିଛନ୍ତି । ପ୍ରଥମେ ପ୍ରଥମେ ତାଙ୍କୁ ଅନେକ ଅଫର ମିଳିଥିଲେ ବି କାମ କରିବାକୁ କିନ୍ତୁ ମାତ୍ର ଗୋଟିଏ ଫିଲ୍ମରେ ତାଙ୍କୁ ସୁଯୋଗ ମିଳିଥିଲା । ଏଭଳି ପ୍ରତିକୂଳ ସ୍ଥିତିରେ ବି ସେ ହାରିନଥିଲେ । ଏବାବଦରେ ଶାହିଦ କୁହନ୍ତି, ସେ ସେତେବେଳେ ନାମୀ କୋରିଓଗ୍ରାଫର ସୈମିକ ଡାଭରଙ୍କ ନିକଟରୁ ଡାନ୍ସ ଶିଖୁଥିଲେ । ତାଙ୍କ ଡାନ୍ସ ଦେଖି ତାଙ୍କୁ ଅନେକ ଅଫର ମିଳିଥିଲେ ବି ବଲିଉଡରେ ଏଣ୍ଟ୍ରି ପାଇଁ ସେଗୁଡିକ କିଛି ସାହାଯ୍ୟ କରିନଥିଲା । ହେଲେ ଏଥିରେ ସେ ଭାଙ୍ଗିିନପଡି ବରଂ ସମୟକୁ ଅପେକ୍ଷା କରିଥିଲେ ।