କନକ ବ୍ୟୁରୋ : ବିନା ସୂର୍ଯ୍ୟ କିରଣରେ ରାତି ହେବ ଦିନ ଭଳି ଆଲୋକିତ । ପୃଥିବୀର ଅନେକ ସ୍ଥାନରେ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ । ମାଡ଼ିଆସୁଛି ଧୂମକେତୁ । ପୃଥିବୀ ଆଡ଼କୁ ମୁହାଁଇଛି ଏହି ବିରଳ ଧୂମକେତୁ । ଫେବୃଆରୀରେ ପୃଥିବୀ ନିକଟ ଦେଇ ବିରଳ ଧୂମକେତୁଟି ଅତିକ୍ରମ କରିବ । ପ୍ରାୟ ୫୦ ହଜାର ବର୍ଷ ପରେ ଏହା ଦ୍ୱିତୀୟ ଥର ପାଇଁ ପୃଥିବୀର ନିକଟତର ହେଉଛି ।

Advertisment

ମଝିରେ ମଝିରେ ଧୂମକେତୁ ପୃଥିବୀ ଆଡ଼କୁ ଆସିଥାଏ । ହେଲେ ଏଥର ଆସୁଥିବା ଧୂମକେତୁର ବିଶେଷତ୍ୱ ହେଲା, ୫୦ ହଜାର ବର୍ଷରେ ଥରେ ଏଭଳି ଧୂମକେତୁ ପୃଥିବୀର ନିକଟତର ହୋଇଛି । ଫେବ୍ରୁଆରୀ ୧ରେ ଏହା ପୃଥିବୀର ନିକଟତର ହେବ ବୋଲି ବୈଜ୍ଞାନିକ କହିଛନ୍ତି । ଯାହାର ନାଁ ରହିଛି “ସି ୨୦୨୨ ଇଥ୍ରି’ ଓ ଏହାର ସଂକ୍ଷିପ୍ତ ନାଁ ରଖାଯାଇଛି ଜେଟିଏଫ୍ । ଗତ ବର୍ଷ ମାର୍ଚ୍ଚରେ ପ୍ରଥମେ ଏହି ଧୂମକେତୁ ନେଇ ସୂଚନା ମିଳିଥିଲା ।

ସେତବେଳେ ଏହା ବୃହସ୍ପତି ପାଖ ଦେଇ ଗତି କରୁଥିଲା । ଏହା ପ୍ରଥମେ ଯେତେବେଳେ ପୃଥିବୀର ପାଖାପାଖି ଆସିଥିଲା, ସେତେବେଳେ ଆଦି ମାନବ ବସବାସ କରୁଥିଲେ । ତେବେ ଏହି ଧୂମକେତୁର ଆକାର ଖୁବ୍ ଛୋଟ ରହିଛି, ତେଣୁ ଏହା ଯୋଗୁଁ ପୃଥିବୀକୁ କ୍ଷତି ପହଂଚିବାର ଆଶଙ୍କା କମ୍ ରହିଥିବା କହିଛନ୍ତି ବୈଗ୍ୟାନିକ ମାନେ । ସେପଟେ ଚଳିତଥର ପୃଥିବୀର ନିକଟତର ହେବା ପରେ ହୁଏତ ବିରଳ ଧୂମକେତୁ ସୌରଜଗତ ବାହାରକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି ।