କନକ ବ୍ୟୁରୋ: ପୁଣି ଥରେ କଂଗ୍ରେସ ସଂସଦୀୟ ଦଳର ନେତା ନିର୍ବାଚନ ହେଲେ ସୋନିଆ ଗାନ୍ଧୀ । ସଂସଦର ସେଂଟ୍ରାଲ ହଲରେ ଅନୁଷ୍ଠିତ କଂଗ୍ରେସ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ପାରିତ ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭା ଦଳର ନେତୃତ୍ୱ ନେବେ ସୋନିଆ । ସଂସଦୀୟ ଦଳର ନେତା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋନିଆଙ୍କ ନାମ ପ୍ରସ୍ତାବ ଦେଇଥିଲା । ଯାହାକୁ ଦଳର ଅନ୍ୟ ସାଂସଦମାନେ ମଧ୍ୟ ସମର୍ଥନ ଜଣାଇଥିଲେ । ସୋନିଆ ନିର୍ବାଚିତ ହେବା ପରେ ଖଡଗେ କହିଲେ ଦଳର ପଥ ପଦର୍ଶକ ସାଜିବେ ସୋନିଆ ଗାନ୍ଧୀ । ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।