କନକ ବ୍ୟୁରୋ : ସିନେତାରକା ସବ୍ୟସାଚୀଙ୍କ ପାଇଁ ଯୁବତୀଙ୍କ ହେଲା ବିବାହ । ଲକଡାଉନରେ ତାମିଲନାଡୁର ତିରିପୁରରେ ଫସି ରହିଥିବା ଜଣେ ଯୁବତୀଙ୍କୁ ଓଡିଶା ଫେରାଇ ଆଣିିଥିଲେ ଓଲିଉଡ୍ ସିନେ ତାରକା ସବ୍ୟସାଚ୍ଚୀ । ସେହି ଯୁବତୀ ଗତକାଲି ବିବାହ କରିଥିବା ବେଳେ ସବ୍ୟସାଚୀ ତାଙ୍କୁ ଭିଡିଓ କଲରେ ଆଶୀର୍ବାଦ ଜଣାଇଛନ୍ତି । ଚୌଦ୍ୱାର ଓଟିଏମରେ କଲୋନୀରେ ରହୁଥିବା କଳ୍ପନାଙ୍କ ବିବାହ ଠିକ୍ ହୋଇଥିବା ବେଳେ ଲକଡାଉନ୍ ଯୋଗୁଁ ସେ କାମ କରୁଥିବା ତାମିଲନାଡୁର ତିରିପୁରରେ ଫସିରହିଥିଲେ । ଫେରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସବ୍ୟସାଚୀଙ୍କ ସହାୟତା ଲୋଡିଥିଲେ ।/kanak/media/post_attachments/wp-content/uploads/2020/07/Ec01D3JU4AAPzB_-300x200.jpg)
ଇପାସ୍ ବନ୍ଦୋବସ୍ତ ପରେ ଏକ ବସରେ କଳ୍ପନା ଓ ସାଥୀ ଯୁବତୀଙ୍କୁ ଓଡିଶା ଫେରାଇ ଆଣିବା ବ୍ୟବସ୍ଥା କରିଥିଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ । ଭୁବନେଶ୍ୱରରୁ ଘରକୁ ଫେରିବା ବ୍ୟବସ୍ଥା ବି କରିଥିଲେ । ଗାଁକୁ ଫେରି ୧୪ ଦିନ କ୍ୱାରେଂଟିନରେ ରହିବା ପରେ ଗତକାଲି କଳ୍ପନାଙ୍କ ବିବାହ ହୋଇଛି । ଏବଂ ଭିଡିଓ କଲରେ ଶୁଭେଚ୍ଛା ଜଣାଇଛନ୍ତି ସବ୍ୟସାଚୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/5-11.jpg)