କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବ ବିଜେପି? ଲୋକଙ୍କ ପାଖକୁ ଯିବାକୁ ଚାର୍ଜସିଟ ପ୍ରସ୍ତୁତ

205

କନକ ବ୍ୟୁରୋ: ମେଣ୍ଟ ଭାଗବଣ୍ଟା ଫେଲ୍ ମାରିବା ପରେ ଏବେ ବିଜେଡି ବିରୋଧରେ ରଣହୁଙ୍କାର ଦେଇଛି ବିଜେପି । ବିଜେପି ରାଜ୍ୟ ନିର୍ବାଚନ ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ରଣନୀତି ଚୂଡାନ୍ତ ହୋଇଛି । ଏଥିପାଇଁ ଚାର୍ଜସିଟ ଚୂଡାନ୍ତ ହୋଇଛି । କ୍ଷେତ୍ରୀୟ ପ୍ରଭାରୀ, ନିର୍ବାଚନ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନେତାମାନେ ଦୃଢୋକ୍ତି କରିଛନ୍ତି ବିଜେପି ଓଡିଶାରେ ସରକାର ଗଢିବ । ସରକାରଙ୍କ ବିରୋଧରେ ପ୍ରସ୍ତୁତ ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି ।

  • ଓଡିଆ ଅସ୍ମିତା ବିଜେପିର ମୁଖ୍ୟ ପ୍ରସଙ୍ଗ
  • ମୋଦି, ଶାହା ଓ ନଡ୍ଡା କରିବେ ମାରାଥନ ସଭା

କେନ୍ଦ୍ରୀୟ ଯୋଜନା ବାଟବଣାକୁ ପ୍ରସଙ୍ଗ କରିବ ବିଜେପି । ଏଥିପାଇଁ ମାରାଥନ ସଭା ହେବ । ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ଜେପି ନଡ୍ଡାଙ୍କ ଭଳି ବିଜେପିର ଶୀର୍ଷ ନେତୃତ୍ୱ ରାଜ୍ୟରେ ୫୦ରୁ ଅଧିକ ସଭା କରିବେ ।

  • କେନ୍ଦ୍ର ଯୋଜନା ବାଟମାରଣା ନେଇ ଲୋକଙ୍କୁ ଅବଗତ କରିବ ବିଜେପି
  • ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବ ଦଳ
  • ଦାଦନ ପ୍ରସଙ୍ଗ, ସ୍ୱାସ୍ଥ୍ୟ ଅବ୍ୟବସ୍ଥା ବି ପ୍ରସଙ୍ଗ ହେବ
  • ନିର୍ବାଚନୀ ସଭା ସହ ନାଟକ ମାଧ୍ୟମରେ ଲୋକଙ୍କ ପାଖକୁ ଯିବ ବିଜେପି

ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ବି ଏଯାଏଁ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ବିଜେପି ଓ ବିଜେଡି । ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା ଚାଲିଛି । ଏହାରି ଭିତରେ ଚାର୍ଜସିଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ବିଜେପି । ଆଉ ବିଜେଡି ଏହାର କି ଜବାବ ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।