ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ଚାଲିଲା ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି

112

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି କରାଯିବା ସହ ବିଗ୍ରହକୁ ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ମୂର୍ତିକାର ଅରୁଣ ଯୋଗୀରାଜ ବିଗ୍ରହ ସ୍ଥାପନ ସମୟରେ ଉପସ୍ଥିତ ଥିଲେ । ୨୨ ତାରିଖରେ କରାଯିବ ପ୍ରାଣପ୍ରତିଷ୍ଠା ଓ ୨୩ ତାରିଖରୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବୁଧବାର ଗର୍ଭଗୃହରେ ବିଗ୍ରହକୁ ପ୍ରବେଶ କରାଯାଇଥିଲା । କଡ଼ା ସୁରକ୍ଷା ସହ ବିଗ୍ରହକୁ ଘୋଡାଯାଇ ପ୍ରବେଶ କରାଯିବା ପରେ ଗୁରୁବାର ଶୁଭ ମୁହୁର୍ତରେ ସ୍ଥାପନ କରାଯାଇଛି ।